Kidney Racket: SCB ରେ ଅନେଇ ବସିଛି ରୋଗୀ, ସେପଟେ କିଡନୀ ଦେବାକୁ କହି ଦମ୍ପତ୍ତି ନେଇଗଲେ ୧୨ଲକ୍ଷ

Thu, 21 Dec 2023-6:52 pm,

କିଡନୀ ବିକ୍ରି ନାଁରେ ଠକେଇ । କିଡନୀ ଦାନ କରିବା ଏବଂ କିଡନୀ ଗ୍ରହଣ କରିବା ନେଇ ରାଜ୍ୟ ସରକାର ଏକ ନିର୍ଦ୍ଧିଷ୍ଟ ନିୟମାବଳୀ ଧାର୍ଯ୍ୟ କରିଥିବା ବେଳେ ଏହି ସମସ୍ତ ନିୟମଗୁଡ଼ିକୁ ଖିଲାପ କରି ବେଆଇନ କିଡନୀ କାରବାର ଚାଲିଛି । ମଣିଷ କିଡ଼ନିକୁ ନେଇ ବେପାର ଚାଲିଥିବା ବେଳେ ଲକ୍ଷ ଲକ୍ଷ ଟଙ୍କାରେ କିଡନି ମଧ୍ୟ ବିକ୍ରି ହେଉଛି ।ଏହାର ଏକ ନିଚ୍ଛକ ଉଦାହରଣ କଟକ ସହରରେ ଦେଖିବାକୁ ମିଳିଛି । ମାର୍କଣ୍ଡ ନାମକ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କ କିଡ଼ନି ବିକ୍ରି କରିବାକୁ କହି ଜଣେ କିଡନୀ ରୋଗୀଙ୍କୁଠାରୁ ୧୨ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ବାଲେଶ୍ବର ବାସିନ୍ଦା ମାର୍କଣ୍ଡ ନାଥଙ୍କୁ ସ୍ଥାନୀୟ ଥାନାରେ ଅଟକ ରଖିଛି ପୋଲିସ ।ତେବେ ତଦନ୍ତ ବେଳେ କିଡନୀ ଦେବା ପାଇଁ ଟଙ୍କା ନେଇଥିବା କଥା ସ୍ବୀକାର କରିଛି ଅଭିଯୁକ୍ତ ।ଏହି ଘଟଣାରେ ଦୁଇ ଜଣକୁ ଅଟକ ରଖିଛି ପୋଲିସ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link