Odisha News: ପାରାଦୀପ ବନ୍ଦର ନିଷିଦ୍ଧାଞ୍ଚଳର ପ୍ରବେଶ ପଥ ୩ନଂ ଗେଟ୍ ସମ୍ମୁଖରେ ଶବ ରଖି ଧାରଣା ରେ ବସିଲେ ଶ୍ରମିକ। ବନ୍ଦର ମଧ୍ୟରେ ଆଇ.ପି.ସି.ଆର୍.ଏଲ୍. (ଇଣ୍ଡିଆନ ପୋର୍ଟ ଆଣ୍ଡ ରୋପ୍ଓ୍ବେ କର୍ପୋରେସନ ଲିମିଟେଡ଼) କମ୍ପାନୀ ର ରେଲ୍ ଓ୍ବାଗନ୍ ର ପଏଣ୍ଟ ମ୍ୟାନ ଭାବେ କାର୍ଯ୍ୟ କରୁଥିବା ସମୟରେ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ପ୍ରଥମେ ପୋର୍ଟ ଡାକ୍ତରଖାନା ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା। ଗତ ଶନିବାର ଦିନ ଠାରୁ ଏକ ଘରୋଇ ହସପିଟାଲ୍ ଚିକିତ୍ସା ହେବା ପରେ ମଧ୍ୟ ଗତ ମଙ୍ଗଳବାର ଡାକ୍ତର ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ। ତେବେ ମୃତକ ଜଣଙ୍କ ହେଲେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅଧିନ ନବାଡିଆ ଗ୍ରାମର ସତ୍ୟ ସୁବ୍ରତ ଦଳାଇ ବୟସ ୨୫ବୋଲି ଜଣାପଡିଛି।
Thank you
By clicking “Accept All Cookies”, you agree to the storing of cookies on your device to enhance site navigation, analyze site usage, and assist in our marketing efforts.