Weather Report: ଉପକୂଳ ଅତିକ୍ରମ କଲା ଅବପାତ, ରାଜ୍ୟର ୨ ଜିଲ୍ଲାକୁ ରେଡ ଆଲର୍ଟ ଜାରି

Rashmita Sahoo Sat, 14 Sep 2024-4:13 pm,

ବାଂଲାଦେଶ ଉପକୂଳ ଅତିକ୍ରମ କଲା ଅବପାତ । 8 କିମି ବେଗରେ ଗତି କରୁଛି ଅବପାତ । ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଘଣ୍ଟାପ୍ରତି 8 କିମି ବେଗରେ ଏହା ଗତି କରୁଛି । ଆଗାମୀ 48 ଘଣ୍ଟାରେ ବାଂଲାଦେଶ ଉପକୂଳ, ଗାଙ୍ଗେୟ ପଶ୍ଚିମବଙ୍ଗ ଆଡ଼କୁ ମୁହାଁଇବ । ଆଜି ଅତି ପ୍ରବଳ ବର୍ଷା ନେଇ ମୟୂରଭଞ୍ଜ, କେନ୍ଦୁଝରକୁ ରେଡ୍ ଆଲର୍ଟ ଜାରି ହୋଇଛି । ବାଲେଶ୍ଵର, ଭଦ୍ରକ, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି ହୋଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link