Super Cyclone: ୨୪ ବର୍ଷରେ ମହାବାତ୍ୟା, ଆଜି ବି ମନେ ପଡ଼େ ସେହି କାଳରାତିର କଥା

ରଶ୍ମିତା ସାହୁ Oct 29, 2023, 15:34 PM IST

୧୯୯୯ ମସିହା ଅକ୍ଟୋବର ୨୯ ତାରିଖ ଗୁରବାର । ସେଦିନ ରଚିଥିଲା ପ୍ରଳୟଙ୍କରୀ ବାତ୍ୟା ର ତାଣ୍ଡବ ଲୀଳା। ଉଜୁଡି ଯାଇଥିଲା ଜନଜୀବନ । ସେଦିନ କଥା ମନେ ପଡିଲେ ଏବେବି ଛାତି ଥରିଉଠେ। ଆଖି ଆଗରେ ନାଚି ଯାଏ ସେହି ବିଭତ୍ସ ରୁପ । ହେଲେ ଆଜି କୁ ବିତି ଯାଇଛି ୨୪ ବର୍ଷ, ବଦଳି ଯାଇଛି ଜନଜୀବନ , ସବୁକିଛି ହୋଇ ଯାଇଛି ପରିବର୍ତ୍ତନ। କିନ୍ତୁ ଯଦି କୌଣସି ସମୟରେ ବାତ୍ୟା ହେବାର ସୂଚନା ମିଳେ ଉପକୂଳ ରେ ରହୁଥିବା ବସ୍ତି ବାସିନ୍ଦା ଜୀବନ ବଞ୍ଚାଇବା ପାଇଁ ଧାଇଁ ଯାଆନ୍ତି ବାତ୍ୟା ଆଶ୍ରୟ ସ୍ଥଳୀ ବା ଉଚ୍ଚ ସ୍ଥାନକୁ । ଏହା ଭିତରେ ଚାହୁଁ ଚାହୁଁ ୨୪ ବର୍ଷ ବିତିଗଲା । ହେଲେ ଯେତେବେଳେ ଅକ୍ଟୋବର ୨୯ ତାରିଖ ଆସିଯାଏ , ସେତେବେଳେ ମନେ ପଡେ ୧୯୯୯ ମସିହା ମହାବାତ୍ୟା କଥା । ମନେ ପଡିଯାଏ ଶୁ ଶୁ ଗର୍ଜନ ର ଶବ୍ଦ । ଆଖି ଆଗରେ ନାଚି ଉଠେ ବାତ୍ୟା ର କରାଳ ରୂପ । ମାତ୍ର କେଇଟା ସମୟ ରେ ସବୁକିଛି ଉଜାଡି ଦେଇ ଚାଲିଯାଏ । ୨୪ ବର୍ଷ ବିତିଯାଇଛି ସତ ହେଲେ ଏବେବି ମନେ ପଡିଲେ ଛାତି ଥରି ଉଠୁଛି। ସମୟ ବଦଳିବା ସହିତ ଜନଜୀବନ ମଧ୍ୟ ବଦଳି ଯାଇଛି, କିନ୍ତୁ ବାତ୍ୟା ନାଁ ଶୁଣିଲେ ପାରାଦୀପ ସମୁଦ୍ର ଉପକୂଳରେ ଥିବା ଲୋକମାନଙ୍କ ଭିତରେ ଛନକା ପସିଯାଏ କେମିତି ଉଚ୍ଚ ସ୍ଥାନକୁ ଯିବେ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link