Biridi Drowning Death: ହେ ଭଗବାନ କାହିଁ ହେଲ ଏତେ ନିଷ୍ଠୁର, ଭାଇର ଦଶାହ କାମରେ ଯାଇ ବୁଡ଼ିଗଲେ ୨ ଭାଇ

ରଶ୍ମିତା ସାହୁ Tue, 17 Oct 2023-8:13 pm,

ସ୍ତବ୍ଧ ହୋଇ ଯାଇଛି ବାରେଡ଼ିଆ ଗାଁ । ସମସ୍ତେ ନିର୍ବାକ । କାହାରି ଓଠରେ ଭାଷା ନାହିଁ । ବାରେଡ଼ିଆ ଗାଁର ବିଏସଏଫ ଯବାନ ସତ୍ୟ ସତ୍ୟ ରଞ୍ଜନ ପାଳଙ୍କର ଗତ 10 ତଳେ କଲିକତା ଠାରେ ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ତାଙ୍କର ଆଜି ଦଶାହ କାର୍ଯ୍ୟ ଚାଲିଥିଲା । ଆସନ୍ତା କାଲି ଏକାଦଶାହ ନିମନ୍ତେ ଘର ଆଗରେ ଟେଣ୍ଡ ମଧ୍ୟ ବନ୍ଧା ସରିଥିଲା। ଏଥିରେ ଯୋଗ ଦେବାପାଇଁ ତାଙ୍କର ଦୁଇ ଦାଦା ପୁଅ ଭାଇ ଶୁଭ ରଞ୍ଜନ ଓ ସ୍ୱଦେଶ ଗାଁକୁ ଆସିଥିଲେ । ଗାଁ ପଂଚାୟତ ପୋଖରୀରେ ଦଶାହ କର୍ମ ଚାଲିଥିବା ବେଳେ ସ୍ୱଦେଶ ଓ ଶୁଭ ରଞ୍ଜନ କିଛି ସାଙ୍ଗ ମାନଙ୍କ ସହ ନିକଟସ୍ଥ ଦେବୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ବୁଡିଯାଇଥିଲେ । ଗ୍ରାମ ବାସୀ ମାନେ ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଆଡ଼ଶ ପୁର ସ୍ୱାସ୍ତ୍ୟ କେନ୍ଦ୍ରକୁ ନେଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link