Weather Report: ଆସନ୍ତା ୨୮ରେ ପୁଣି ବର୍ଷା ସମ୍ଭାବନା ! ଜାଣନ୍ତୁ କେଉଁ ଜିଲ୍ଲା ହେବ ବେଶ୍ ପ୍ରଭାବିତ
Weather Report: ୨୬,୨୭ରେ ସାରା ରାଜ୍ୟରେ କୋହଲା ପାଗ ଅନୁଭୂତ ହେବା ସହ ଆସନ୍ତା ୨୮ରେ ପୁଣି ବର୍ଷା ସମ୍ଭାବନା ରହିଛି । ଅଦିନିଆ ବର୍ଷା ଯୋଗୁ ବଢୁଛି ଚାଷୀଙ୍କ ଚିନ୍ତା । ସୁନ୍ଦରଗଡ଼, ସୋନପୁର, ବୌଦ୍ଧ, ଝାରସୁଗୁଡା, ବରଗଡ଼, ଦେଓଗଡ଼ ରେ ବର୍ଷା ସହ କୁଆପଥର ସହ ବର୍ଷା ହୋଇପାରେ । ସେହିପରି କେନ୍ଦୁଝର ଓ ଯାଜପୁରକୁ ମଧ୍ୟ ବର୍ଷା ସମ୍ଭାବନା ରହିଛି। ଆଖି ସାମନାରେ ପାଣିରେ ଭାସୁଛି ବର୍ଷକର ପରିଶ୍ରମ। ହଜାର ହଜାର ହେକ୍ଟର ଚାଷ ଜମିରେ ଭିଜୁଛି ପାଚିଲା ଧାନ। ଚାଷୀଙ୍କ ଅଣ୍ଟାକୁ ମାଡ଼ କରିଛି ବର୍ଷା।