Weather Report: ଲଘୁଚାପ ପ୍ରଭାବ, ୬ଜିଲ୍ଲାକୁ ନାକେଦମ କରିବ ଲଗାଣ ବର୍ଷା

Rashmita Sahoo Thu, 26 Sep 2024-7:52 pm,

ଆଜି ସକାଳୁ ଲାଗି ରହିଛି ବର୍ଷା । ଲଘୁଚାପ ପ୍ରଭାବରେ ଆଜି ଦିନସାରା ବର୍ଷା ଲାଗି ରହିବ । ଉପକୂଳ ଓଡିଶାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ଆଶଙ୍କା ରହିଛି । ତେବେ ୬ଜିଲ୍ଲାରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ଅଧିକ ବର୍ଷା ସମ୍ଭାବନା ଥିବା ଜିଲ୍ଲାଗୁଡିକ ହେଉଛି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଯାଜପୁର ଏବଂ ଢେଙ୍କାନାଳରେ ଅଧିକ ବର୍ଷିବା ନେଇ ପୂର୍ବନୁମାନ କରାଯାଇଛି । ଆସନ୍ତାକାଲି ଅପରାହ୍ନରେ ପାଗରେ ସୁଧାର ଆସିବ । ୨୮ତାରିଖରୁ ପାଗରେ ପରିବର୍ତ୍ତନ ହେବାର ସମ୍ଭାବନା ରହିଥିବା ପାଣିପାଗ ବିଜ୍ଞାନୀ ଶରତ ସାହୁ ସୂଚନା ଦେଇଛନ୍ତି

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link