Weather Report: ବିଜୁଳି ଘଡ଼ଘଡ଼ି ସହ ବର୍ଷା, ୯ ଜିଲ୍ଲାକୁ ଆଲର୍ଟ ଜାରି

Rashmita Sahoo Sun, 29 Sep 2024-4:13 pm,

Weather Report: ରାଜ୍ୟରେ ଜାରି ରହିଛି ଲଘୁଚାପ (Low Pressure)ର ପ୍ରଭାବ। ଗତ ୩ ଦିନ ହେବ ବର୍ଷାର ପରିମାଣ ବଢିଥିବା ବେଳେ ଶନିବାର ଟ୍ବିନ ସିଟି(କଟକ, ଭୁବନେଶ୍ୱର)ରେ ପାଗ ଫିଟିଛି। ସେହିପରି ରାଜ୍ୟରେ ଅନେକ ସ୍ଥାନରେ ଖରା ଅନୁଭୂତ ହୋଇଥିବା ବେଳେ କିଛି କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ହୋଇଥିବା ସୂଚନା ଦେଇଛି ପାଣିପାଗ ବିଭାଗ। ପୂର୍ବାପେକ୍ଷା ବର୍ଷାର ପରିମାଣ କମ୍ ହୋଇଥିଲେ ମଧ୍ୟ କିଛି କିଛି ସ୍ଥାନରେ ଏହାର ପ୍ରଭାବ ନେଇ ସତର୍କ ଜାରି କରିଛି ପାଣିପାଗ ବିଭାଗ। ଆଜି ଅର୍ଥାତ୍ ରବିବାର ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଓ ନୂଆପଡ଼ାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏ ନେଇ ଏହି ସବୁ ସ୍ଥାନ ପାଇଁ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link