Weather Report: ଆଉ ଏକ ଲଘୁଚାପ ସମ୍ଭାବନା, ୪ ତାରିଖରୁ ପ୍ରବଳ ବର୍ଷା

Rashmita Sahoo Mon, 02 Sep 2024-4:26 pm,

ଲଘୁଚାପ ଆଣିବ ବଡ଼ ବର୍ଷା । ୫ତାରିଖରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମବଙ୍ଗ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ନେଇ ପୂର୍ବାନୁମାନ କରିଛି ଭୁବନେଶ୍ବର ପାଣିପାଗ କେନ୍ଦ୍ର । ପ୍ରଭାବରେ ୪ତାରିଖରୁ ବଢିବ ବର୍ଷାର ପରିମାଣ । ଦକ୍ଷିଣରୁ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ୮ ତାରିଖ ଯାଏ ବର୍ଷା ନେଇ ଆଲର୍ଟ ଜାରି ହୋଇଛି । ମାଲକାନଗିରି, କେନ୍ଦୁଝର, ରାୟଗଡା ଗଜପତି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link