Crime News: ପଡ଼ୋଶୀର ୩ ବର୍ଷର ପୁଅକୁ ମାରି ୱାଶିଂ ମେସିନରେ ପୁରାଇଦେଲେ ମହିଳା, ଭିଡିଓ Viral

Rashmita Sahoo Tue, 10 Sep 2024-4:26 pm,

Crime News; ପିଶାଚିନୀ ସାଜିଲା ପଡୋଶୀ । ୩ ବର୍ଷର ପିଲାକୁ ମାରି ମୃତଦେହକୁ ଓ୍ଵାଶିଂ ମେସିନରେ ଲୁଚାଇଥିଲା । ତାମିଲନାଡୁର ତିରୁନେଲଭେଲି ଜିଲ୍ଲାର ରାଧାପୁରମ ପୋଲିସ ୪୦ ବର୍ଷୀୟ ମହିଳାଙ୍କୁ ଗିରଫ କରିଛି । ପୋଲିସ କହିବା ଅନୁସାରେ, ସନ୍ଦିଗ୍ଧ ମହିଳାଙ୍କ ସଂପର୍କ ପଡୋଶୀ ସହିତ ଭଲ ନଥିଲା । ମହିଳା ଜଣକ ନିଜ ପୁଅର ମୃତ୍ୟୁ ପରେ ମାନସିକ ଭାବେ ଅସ୍ଥିର ଥିଲେ । ପୀଡିତ ୩ ବର୍ଷୀୟ ସଂଜୟ ସୋମବାର ଦିନ ସକାଳେ ଅଥୁକୁରିଚି ଗାଁରେ ନିଜ ଘର ପାଖରେ ଖେଳୁଥିଲା । ପିଲାକୁ ଅଙ୍ଗନବାଡି ନେବା ପାଇଁ ମା’ ଖୋଜିବା ପରେ ସଂଜୟ ଗାଏବ ହୋଇଥିବା ଜାଣିବାକୁ ପାଇଥିଲା । ମୃତ ପିଲାର ବାପା ବିଘ୍ନେଶ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ସେମାନେ ଚାରିଆଡେ ଖୋଜିବା ପରେ ପୋଲିସକୁ ଖବର ଦେଇଥିଲେ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link