Weather Report: ସୃଷ୍ଟି ହେଲା ଲଘୁଚାପ, ୭ ତାରିଖରେ ୧୨ ଜିଲ୍ଲାରେ ବର୍ଷାର ସମ୍ଭାବନା

Rashmita Sahoo Oct 05, 2024, 20:00 PM IST

Weather Update: ପାର୍ବଣ ପୂର୍ବରୁ ବଦଳିଲା ପାଗର ମିଜାଜ୍। ସୃଷ୍ଟ ହେଲା ଲଘୁଚାପ। ଉତ୍ତର ବଙ୍ଗୋପସାଗରରେ ଏବଂ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। କିନ୍ତୁ ଏହାର ପ୍ରଭାବ ଅଧିକ ରହିବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଲଘୁଚାପ ପ୍ରଭାବରେ ଆଗାମୀ ୭ ଦିନ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ। ରାଜ୍ୟରେ କାଁ-ଭାଁ ସ୍ଥାନରେ ବର୍ଷା ରହିବ। ଆଜି ବିଶେଷକରି, ବାଲେଶ୍ଵର, ମୟୂରଭଞ୍ଜ, ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଭଦ୍ରକ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି। ୧୦ ତାରିଖ ପରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି ପାଇବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ସେହିପରି, ଆସନ୍ତାକାଲି ଉତ୍ତର ଓ ପଶ୍ଚିମ ଓଡିଶାର କେତେକ ଜିଲ୍ଲାରେ ବର୍ଷା ହେବ। ସେହି ଜିଲ୍ଲା ଗୁଡିକ ହେଲା କଟକ, କେନ୍ଦ୍ରାପଡା, ଯାଜପୁର, ଭଦ୍ରକ, ଢେଙ୍କାନାଳ, ବାଲେଶ୍ବର, ମୟୂରଭଂଜ, କେନ୍ଦୁଝର, ଅନୁଗୁଳ, ଦେବଗଡ , ଝାରସୁଗୁଡା ଓ ସମ୍ବଲପୁର। ସେପଟେ, ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ଲାଗି ରହିଥିବା ବେଳେ ଗୁଳୁଗୁଳି ମଧ୍ୟ ଅନୁଭୂତ ହେଉଛି। ସମ୍ପୁର୍ଣ୍ଣ ମୌମୁମୀ ପ୍ରତ୍ୟାବର୍ତ୍ତନ ପରେ ହିଁ ରାଜ୍ୟରେ ଗୁଳୁଗୁଳି କମିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link