Odisha Weather: ଆସନ୍ତାକାଲି ପାଗ ଶୁଖିଲା, ୧୧ ତାରିଖରୁ ଆରମ୍ଭ ହେବ ବର୍ଷା

Fri, 09 Feb 2024-4:39 pm,

ଖସୁଛି ପାରଦ ଥରୁଛି ଉତ୍ତର ଆଭ୍ୟନ୍ତର ଓଡ଼ିଶା । ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟ ମଧ୍ୟକୁ ଆସୁଛି ଶୁଷ୍କ ଓ ଥଣ୍ଡା ବାୟୁ ଯାହାର ପ୍ରଭାବରେ ରାତିରେ ପାରଦ ଖସୁଛି। ଝାରସୁଗୁଡ଼ାରେ 9.1 ଡିଗ୍ରୀ , ସୁନ୍ଦରଗଡ଼ ରେ 9.2 ଡିଗ୍ରୀ ରାଉରକେଲା ରେ 9.9 ଡିଗ୍ରୀ ଏବଂ କରେଇ ଠାରେ 6.7 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ଆସନ୍ତା 24 ଘଣ୍ଟା ପର୍ଯ୍ୟନ୍ତ ଏହି ଭଳି ପାଗ ଲାଗିରହିବ । ଗୁରୁଚାପ ବଳୟ ସକ୍ରିୟ ଥିବାରୁ ଆଜି ଗଞ୍ଜାମ, ଗଜପତି, କୋରାପୁଟ ଓ ରାୟଗଡା ରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ପାଗ ଶୁଖିଲା ରହିବ । 11 ତାରିଖ ରେ ଉତ୍ତର ଆଭ୍ୟାନ୍ତର ଓଡ଼ିଶା ପାର୍ଶ୍ବବର୍ତ୍ତି କିଛି ଜିଲ୍ଲା ଓ ଉପକୂଳ ଅଞ୍ଚଳରେ ପାଗ ମେଘୁଆ ସହ କିଛି ସ୍ଥାନରେ ହାଲୁକା ବର୍ଷା ହେବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link