Robbery Video: ବନ୍ଧୁକ ଦେଖାଇ ADEOଙ୍କ ଠାରୁ ୮.୧୧ ଲକ୍ଷ ଟଙ୍କାର ଭତ୍ତା ଟଙ୍କା ଲୁଟି ନେଲେ ୩ ଜଣ ଦୁର୍ବୃତ୍ତ । ଭତ୍ତା ଟଙ୍କା ବାଣ୍ଟିବାକୁ ନେବା ସମୟରେ ପଲସର ରେ ଆସି ଏଡିଇଓ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ୩ ଜଣ ଦୁର୍ବୃତ୍ତ ଲୁଟିନେଲେ ଟଙ୍କା ବ୍ଯାଗ୍ । ବ୍ଯାଗରେ ଥିଲା ୮ଲକ୍ଷ ୧୧ହଜାର ଟଙ୍କା । ଥାନାରେ ଲିଖିତ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ୍। ଘସିପୁରା ବ୍ଲକ୍ ତରୁଆଁ ପଞ୍ଚାୟତରେ ଆଜି ଭତ୍ତା ବଣ୍ଟନର କାର୍ଯ୍ଯକ୍ରମ ରହିଥିଲା । ଏଥିପାଇଁ ର ପିଇଓ ରଶ୍ମିରଂଜନ ମହାରଣା ୮ଲକ୍ଷ ଟଙ୍କା ବ୍ଯାଙ୍କ ରୁ ଉଠାଇ ଏକ ବ୍ଯାଗରେ ଭର୍ତି କରି ପଞ୍ଚାୟତ ଏଡିଇଓ ପର୍ଶୁରାମ ସାହୁ ସୁଆଁପଦା ଛକରେ ହସ୍ତାନ୍ତର କରିଥିଲେ । ତେବେ ବ୍ଯାଗଧରି ପର୍ଶୁରାମ ପଞ୍ଚାୟତ କୁ ଯାଉଥିବା ସମୟରେ ବଣିଆପଶି ଛକ ଠାରେ ସାମ୍ନାପଟୁ ଏକ ପଲସର ରେ ୩ଜଣ ଦୁର୍