Viral Video: ମୋତେ କ୍ଷମା କରିଦିଅ, ମୁଁ ପାରିଲିନି କହି ଡେଇଁପଡ଼ିଲେ ଛାତ୍ରୀ
ଦିଲ୍ଲୀର ଜାମିଆ ନଗର ଅଞ୍ଚଳର ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ରୀ ଏକ କୋଠାଉପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ୧୭ ବର୍ଷୀୟା ନାବାଳିକା ଜଣକ ଜେଇଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ନ ହେବାରୁ ଅସନ୍ତୁଷ୍ଟ ହୋଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଘଟଣାର ସିସିଟିଭି ଫୁଟେଜରେ ନିକଟରେ ଥିବା ଜଣେ ଛାତ୍ର ଫୋନରେ କଥା ହେଉଥିବା ଦେଖିବାକୁ ମିଳିଛି। ହଠାତ୍ ଉପରୁ ଝିଅଟି ଖସି ପଡ଼ିବାର ସେ ଦେଖିଥିଲେ। ତେବେ କିଛି ସମୟ ମଧ୍ୟରେ ହିଁ ସେଠାରେ ଭିଡ ଜମିଯାଇଥିଲା।