Anubhav Varsha: ଅଦାଲତଙ୍କ ରାୟ ପରେ ଖୁସି ନା ଦୁଃଖି ଭାଇଜାନ, ଦେଖନ୍ତୁ ଏହି ଭିଡିଓ

ରଶ୍ମିତା ସାହୁ Sat, 23 Sep 2023-5:39 pm,

ବହୁ ଚର୍ଚ୍ଚିତ ଅନୁଭବ ବର୍ଷା ପାରିବାରିକ ବିବାଦ ମାମଲା। ପାରିବାରିକ ଅଦାଲତରେ ଶେଷ ହେଲା ମାମଲା। ବିବାହ ବିଛେଦକୁ ଅଗ୍ରାହ୍ୟ କଲେ କଟକ ପରିବାର ଅଦାଲତ। ଅନୁଭବ ମହାନ୍ତି କରିଥିଲେ ବିବାହ ବିଚ୍ଛେଦ ମାମଲା।ଏକତ୍ର ରହିବା ନେଇ ବର୍ଷା କରିଥିବା ଆବେଦନ ମଧ୍ୟ ଅଗ୍ରାହ୍ୟ। ଅନୁଭବଙ୍କ ଓକିଲ ଲଳିତ ମିଶ୍ରଙ୍କ ସୂଚନା। ବହୁଚର୍ଚ୍ଚିତ ସାଂସଦ ସୁପରଷ୍ଟାର ଅନୁଭବ ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦ ମାମଲାରେ ପରିବାର ଅଦାଲତରେ ମାମଲା ଶେଷ ହୋଇଛି। ଅକ୍ଟୋବର ୩୦ ସୁଦ୍ଧା ମାମଲା ଶେଷ କରି ରାୟ ଦେବାକୁ ଓଡିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ହାଇକୋର୍ଟର ତତ୍କାଳୀନ ମୁଖ୍ୟ ବିଚାରପତି ଡ଼କ୍ଟର ଜଷ୍ଟିସ ଏସ ମୁରଲୀଧର ସୁପରଷ୍ଟାର ଅନୁଭଵ ମହାନ୍ତିଙ୍କ ଦ୍ଵାରା ଆଗତ ଏକ ଟ୍ରାନ୍ସଫର ପିଟିସନର ଶୁଣାଣି କରି ତିନି ମାସ ମଧ୍ୟରେ କଟକ ପରିବାର ଅଦାଲତ ଏହି ମାମଲାର ଶୁଣାଣି ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link