Rachana Banerjee: ସୋସିଆଲ ମିଡିଆରେ ଆସି କଇଁ କଇଁ ହୋଇ କାନ୍ଦିଲେ ରଚନା, ଦେଖନ୍ତୁ ଭିଡିଓ

Rashmita Sahoo Aug 16, 2024, 20:13 PM IST

ପଶ୍ଚିମବଙ୍ଗର କୋଲକାତାରୁ ଏକ ଭୟଙ୍କର ଖବର ଏବେ ସାମ୍ନାକୁ ଆସିଛି। ଏଠାରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଜଣେ ମହିଳା ଡାକ୍ତରଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ସେ ହସ୍ପିଟାଲରେ ସ୍ନାତକୋତ୍ତର ଦ୍ୱିତୀୟ ବର୍ଷର ଡାକ୍ତରୀ ଛାତ୍ରୀ ଥିଲେ ଏବଂ ଛାତି ମେଡିସିନ୍ ବିଭାଗରେ ହାଉସ୍ ଷ୍ଟାଫ୍ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲେ। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ ହସ୍ପିଟାଲର ଜରୁରୀକାଳୀନ କୋଠାର ଚତୁର୍ଥ ମହଲାରୁ ଡାକ୍ତରଖାନା କର୍ମଚାରୀମାନେ ମୃତଦେହ ଉଦ୍ଧାର କରିଥିଲେ। ମୃତଦେହ ମିଳିବା ପରେ କ୍ୟାମ୍ପସରେ ଉତ୍ତେଜନା ପ୍ରକାଶ ପାଇଥିଲା। ଯାହାକୁ ନେଇ ଏବେ ସାରାଦେଶରେ ଆଲୋଡନ ସୃଷ୍ଟି ହୋଇଛି। ଏହାକୁ ନେଇ ଅଭିନେତ୍ରୀ ରଚନା କଣ କହୁଛନ୍ତି ଶୁଣନ୍ତୁ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link