HBD Rachna Banerjee: ଥାଇଲାଣ୍ଡରେ ଏମିତି ଢଙ୍ଗରେ ନିଜ ବାର୍ଥଡେ ପାଳିଲେ ବଙ୍ଗୀୟ ସୁନ୍ଦରୀ ରଚନା
ଆଜି ଅର୍ଥାତ୍ ବଙ୍ଗୀୟ କୁଇନ୍ ରଚନା ବାନାର୍ଜୀଙ୍କ ଜନ୍ମଦିନ । ୪୯ ବର୍ଷରେ ପାଦ ଥାପିଛନ୍ତି ଅଭିନେତ୍ରୀ ରଚନା ବାନାର୍ଜୀ । ନିଜ ଇନଷ୍ଟାଗ୍ରାମରେ ସେ ଏକ ଭିଡିଓ ପୋଷ୍ଟ କରିଛନ୍ତି । କ୍ୟାପସନରେ ଲେଖିଛନ୍ତି ହାପି ବାର୍ଥ ଡେ ଟୁ ମି। ତେବେ ନିଜ ଜନ୍ମଦିନ ସେ ନିଜ ଡ୍ରିମ ପ୍ଲେସ ଥାଇଲାଣ୍ଡରେ ସେଲିବ୍ରେଟ କରିଛନ୍ତି । ଏଠାକୁ ସେ ନିଜ ଡିୟର ୱାନଙ୍କ ସହ ଯିବା ସହ ଏକ ହୋଟେଲ ରୁମରେ ନିଜ ବାର୍ଥଡେ ପାଳନ କରିଛନ୍ତି ।