Actress Viral Video: ଗଣେଶ ପୂଜା ପେଣ୍ଡାଲ ବୁଲିବାକୁ ଯାଇଥିଲେ ଅଭିନେତ୍ରୀ, ଦୁର୍ବ୍ୟବହାରର ଶିକାର

Rashmita Sahoo Fri, 13 Sep 2024-7:26 pm,

Actress Viral Video: 'କୁମକୁମ ଭାଗ୍ୟ'ରେ ଅଭିନୟ କରିଥିବା ଟେଲିଭିଜନ ଅଭିନେତ୍ରୀ ସିମରନ୍ ବୁଦ୍ଧରୂପ ନିକଟରେ ମୁମ୍ବାଇର ପ୍ରସିଦ୍ଧ ଲାଲବାଗଚା ରାଜା ଗଣେଶ ମଣ୍ଡପରେ ଏକ ଦୁଃଖଦ ଅନୁଭୂତି ସେୟାର କରିଛନ୍ତି। ଅଭିନେତ୍ରୀ ନିଜକୁ ଏକ କଠିନ ପରିସ୍ଥିତିରେ ପାଇଲେ ଯାହା ତାଙ୍କୁ ସ୍ତବ୍ଧ କରିଦେଇଥିଲା । ସିମରନ ନିଜ ଇନଷ୍ଟାଗ୍ରାମରେ ଏହି ଘଟଣାର ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ସେ ବାଉନ୍ସର ଙ୍କ ସହ ଗଣ୍ଡଗୋଳ କରୁଥିବାର ଦେଖିବାକୁ ମିଳିଛି ଏବଂ ଜଣେ ବାଉନ୍ସର ଅଭିନେତ୍ରୀଙ୍କୁ ଧକ୍କା ଦେଇଥିବା ଭିଡିଓ ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଅଭିନେତ୍ରୀ କହିଛନ୍ତି ଯେ, ଭଗବାନଙ୍କ ସାମ୍ନାରେ ଏପରି ବ୍ୟବହାର ତାଙ୍କୁ ଖୁବ୍ ଦୁଃଖ ଦେଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link