Air India Flight: କେରଳରେ ୨ ଘଣ୍ଟା ହେଲାଣି ଆକାଶରେ ଚକ୍କର କାଟୁଥିଲା ଏୟାର ଇଣ୍ଡିଆ ବିମାନ, ଦେଖନ୍ତୁ ଭିଡିଓ

Rashmita Sahoo Fri, 11 Oct 2024-8:39 pm,

Air India Flight: ତାମିଲନାଡୁ ତ୍ରିଚିରୁ ଶାରଜା ଯାଉଥିବା ଏୟାର ଇଣ୍ଡିଆ ର ବିମାନ ଟି ଏକ ଯାନ୍ତ୍ରିକ ସମସ୍ୟା (ହାଇଡ୍ରୋଲିକ୍ ଫେଲ୍ ) ର ସମ୍ମୁଖୀନ ହୋଇଥିଲା ଏବଂ ତ୍ରିଚି ବିମାନବନ୍ଦରରେ ଅବତରଣ କରିବା ପୂର୍ବରୁ ଇନ୍ଧନ ହ୍ରାସ କରିବା ପାଇଁ ଆକାଶରେ ଦି ଘଣ୍ଟା ଧରି ବୁଲୁଥିଲା । କୌଣସି ବଡ଼ ଦୁର୍ଘଟଣା ଯେପରି ନ ଘଟେ ସେଥିପାଇଁ ବିମାନବନ୍ଦରରେ ୨୦ରୁ ଅଧିକ ଆମ୍ବୁଲାନ୍ସ ଓ ଦମକଳ ବାହିନୀ ମୁତୟନ କରାଯାଇଥିଲା।୧୪୧ ଜଣ ଯାତ୍ରୀଙ୍କୁ ନେଇ ବିମାନଟି ତ୍ରିଚି ବିମାନବନ୍ଦରରୁ ଉଡ଼ାଣ ଭରିବା ପରେ ଲ୍ୟାଣ୍ଡିଂ ଗିଅରରେ ସମସ୍ୟା ଦେଖାଦେଇଥିଲା। ବିମାନର ଲାଣ୍ଡିଂ ଗିଅର କାମ କରୁନଥିବାରୁ ବିମାନର ଜରୁରୀକାଳୀନ ଅବତରଣ ପାଇଁ ବିମାନ ପ୍ରସ୍ତୁତ ହୋଇଥିଲା । ତେବେ ଖବର ସୁଦ୍ଧା ସୁରକ୍ଷିତ ଲ୍ୟାଣ୍ଡିଂ କରାଯାଇଛି ଓ ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link