IIC Attack: ଥାନା ଭିତରେ ମହିଳା IICଙ୍କୁ ମରଣାନ୍ତକ ଆକ୍ରମଣ, ଦେଖନ୍ତୁ ଭିଡିଓ

ରଶ୍ମିତା ସାହୁ Sun, 29 Oct 2023-5:39 pm,

ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା କୁ ଥାନା ଅଧିକାରିଣୀ ମିନି ଭୋଈ ଆସିବା ପର ଠାରୁ,ଅଳ୍ପ ସଂଖ୍ୟକ ନିଜ କର୍ମଚାରୀଙ୍କ ସହାୟତାରେ ଦିନ ରାତି ପରିଶ୍ରମ କରି ଅଞ୍ଚଳରେ ଘଟୁଥିବା ଛୋଟ ବଡ଼ କେଶ୍ ର ପର୍ଦ୍ଦାଫାଶ ସହିତ ସମାଧାନ କରି ଆସୁଥିବା ବେଳେ,ଗତ 16 /10 ରେ ବିଶୋଇ ଶିବ ମନ୍ଦିରର ଦାନ ହୁଣ୍ଡିରୁ ଚୋରି ହୋଇଥିବା ଘଟଣାକୁ ନେଇ ବିଶୋଇ ଥାନା ରେ ଏକ ଲିଖିତ ଅଭିଯୋଗ ହୋଇଥିଲା, ତେବେ ଉକ୍ତ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ସନ୍ଦେହରେ ଆଧାରରେ ପଚରା ଉଚୋରା ପାଇଁ ବିଶୋଇ ଗାଁ ର ସୁଶାନ୍ତ ଦେଓ ନାମକ ଏକ ବ୍ୟକ୍ତିଙ୍କୁ ଥାନା କୁ ଡାକିଥିଲେ, ସୁଶାନ୍ତ ଥାନା କୁ ପ୍ରାୟ ସନ୍ଧ୍ୟା 7 ଘଟିକା ସମୟରେ ପହଂଚି ଥିଲା, ତେବେ ତାକୁ ଥାନା ଅଧିକାରିଣୀ ମିନି ଭୋଇ ପଚର ଉଚୋରା କରିଥିଲେ, ଏବଂ ସେ ମଧ୍ୟ ସତ୍ୟା ସତ୍ୟ କହିଥିଲା l ତେବେ ପଚରାଉଚରା ପରେ ମିନି ତାକୁ ବସିବାକୁ କହି,ଭୋଈ କିଛି ଲେଖାଲେଖି କାମରେ ବ୍ୟସ୍ତ ଥିବା ଦେଖି ସୁଶାନ୍ତ ହଟାତ ଥାନା ଅଧିକାରିଣୀ ଙ୍କ ଉପରକୁ ଏକ ବ୍ଲେଡ ଧରି ବେକ ରେ ମରଣାନ୍ତକ ଆକ୍ରମଣ କରିଥିଲା ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link