Weather Report: ବଙ୍ଗୋପସାଗରେ ଦାନା ବନ୍ଧୁଛି ଲଘୁଚାପ, ମହାଷଷ୍ଠୀରୁ ଆରମ୍ଭ ହେବ ବର୍ଷା !

ରଶ୍ମିତା ସାହୁ Wed, 18 Oct 2023-6:39 pm,

ଭିଜିବ ଦଶହରା ! ଷଷ୍ଠୀରୁ ଆରମ୍ଭ ହୋଇଯିବ ବର୍ଷା । କାହିଁକି ନା ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଇଏମଡିର ସଦ୍ୟତମ ଆକଳନ କହୁଛି ଆସନ୍ତା ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହାପରେ ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୨୦ ଅର୍ଥାତ ଷଷ୍ଠୀରୁ ଆରମ୍ଭ ହୋଇଯିବ ବର୍ଷା । ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ ଅନୁସାରେ, ପ୍ରଥମେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡିକରେ ବର୍ଷା ଦେଖିବାକୁ ମିଳିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link