Weather Report: ଲଘୁଚାପ ପ୍ରଭାବରେ ୧୬ ତାରିଖ ବେଳକୁ ବର୍ଷା ସମ୍ଭାବନା

ରଶ୍ମିତା ସାହୁ Nov 12, 2023, 16:13 PM IST

ଶୀତରେ ଆସୁଛି ବର୍ଷା (rain)। ରାଜ୍ୟରେ ଏବେ ଶୀତ ବର୍ଷାର ଚାଲିଛି ଲୁଚକାଳି ଖେଳ। ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୫ ଦିନ ଯାଏଁ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ । ତେବେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ମଙ୍ଗଳବାର ସୁଦ୍ଧା ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି (Bhubaneswar Meteorological Centre)। ଏହି ଲଘୁଚାପ (Low Pressure) ପ୍ରଭାବରେ ୧୫ ନଭେମ୍ବରରୁ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଆଉ କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link