Weather Report: ୨୩ ରୁ ରାଜ୍ୟରେ ପୁଣି ବଢିବ ବର୍ଷା, ଆଗାମୀ କିଛିଦିନ ପାଗ ଶୁଖିଲା !

ରଶ୍ମିତା ସାହୁ Sun, 20 Aug 2023-4:28 pm,

ଦକ୍ଷିଣ ଝାଡ଼ଖଣ୍ତ ଓ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଓ ଉତ୍ତର ଛତିଶଗଡ଼ ଅଞ୍ଚଳରେ ଗତ ଶୁକ୍ରବାର ରହିଥିବା ଲଘୁଚାପ କ୍ଷେତ୍ର ଶନିବାର ଦିନ ଉତ୍ତର ଛତିଶଗଡ଼ ତଥା ସଂଲଗ୍ନ ଅଞ୍ଚଳରେ ରହିଛି । ଏହାସହ ଜଡ଼ିତ ଘୂର୍ଣ୍ଣିବଳୟଟି ସମୁଦ୍ର ପତ୍ତନଠାରୁ ୫.୮ କିମି ଉଚ୍ଚତା ପର୍ଯ୍ୟନ୍ତ ବ୍ୟାପିଛି । ଫଳରେ ଏବେ ରାଜ୍ୟରେ କୌଣସି ଲଘୁଚାପର ସମ୍ଭାବନା ନଥିବା ବେଳେ ଏହାର ପ୍ରଭାବ ମଧ୍ୟ ନାହିଁ । ଆସନ୍ତା ୨୪ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଆଡ଼କୁ ଗତି କରି ଉତ୍ତର-ପୂର୍ବ ମଧ୍ଯପ୍ରଦେଶ ଆଡ଼କୁ ଗତି କରିବ । ଫଳରେ ଆସନ୍ତା ୩ ଦିନ ରାଜ୍ୟରେ ପାଗ ଶୁଖିଲା ରହିବା ସହ ଖରା ହେବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Department) ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link