Bird Adorable Video: ମହିଳା ଜଣକ ଅନେଇ ରହିଗଲେ, ରେସ୍ତୋଁରାରେ ପସି ତାଙ୍କ ପ୍ଲେଟରୁ ନୁଡୁଲ୍ସ ଖାଇଦେଲା ପକ୍ଷୀ

Jagdish Barik Thu, 27 Jul 2023-12:22 pm,

Bird Adorable Video: ଏହି ଭିଡିଓ ଲାନ୍ସ ନାମକ ଏକ ଟ୍ୱିଟର ଆକାଉଣ୍ଟରେ ସେୟାର କରାଯାଇଛି । ଯେଉଁଥିରେ ଆପଣ ଦେଖିପାରିବେ ଯେ ଜଣେ ମହିଳା ରେସ୍ତୋଁରାରେ ବସି ନୁଡୁଲ୍ସ ଖାଉଥିବା ନଜର ଆସିଛନ୍ତି । ଏହାପରେ ହଠାତ୍ ଏକ ପକ୍ଷୀ ଆସି ନୁଡୁଲ୍ସରେ ଭର୍ତ୍ତି ପ୍ଲେଟ୍ ପାଖରେ ବସିଯାଏ । ଏହି ପକ୍ଷୀର ସାହସ ଏପରି ଯେ ଏହା ଚତୁର୍ଦ୍ଦିଗରେ ଉପସ୍ଥିତ ଥିବା ଲୋକଙ୍କୁ ଭୟ କରେ ନାହିଁ ଓ ଚୁପଚାପ୍ ପ୍ଲେଟରୁ ନୁଡୁଲ୍ସ ଖାଇବାରେ ଲାଗେ । ଏହି ସମୟରେ ମହିଳା ଚୁପଚାପ୍ ବସି ଆଶ୍ଚର୍ଯ୍ୟ ହୋଇ ତାଙ୍କ ଆଡକୁ ଚାହିଁ ରହିଥାନ୍ତି । କିଛି କ୍ଷଣ ମଧ୍ୟରେ ପକ୍ଷୀ ତାର ଛୋଟ ପେଟ ଭରି ସେଠାରୁ ଉଡିଯାଏ । ଦେଖନ୍ତୁ ଏହି ଭାଇରାଲ ଭିଡିଓ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link