Boita Bandana Viral Video: ବୋଇତ ବନ୍ଦାଣ ବେଳେ ଓଲଟିପଡିଲା ଡଙ୍ଗା, ପାଣିଭିତରେ ଉବୁଟୁବୁ ହେଲେ ସାଧବପୁଅ
Boita Bandana Viral Video: ଆଜି କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ବିଭିନ୍ନ ନଦୀ, ପୁଷ୍କରଣୀ ଆଦିରେ ଡଙ୍ଗା ଭସାଇଛନ୍ତି ଲୋକେ । ପୁରୀ ମହୋଦଧିରେ ବଡି ଭୋରରୁ ଲକ୍ଷାଧିକ ଶ୍ରଦ୍ଧାଳୁ ବୁଡ ପକାଇବା ସହ କଦଳୀ ପଟୁକାରେ ଡଙ୍ଗା ଭସାଇ ପ୍ରଥମ ଉଦୟ ସୂର୍ଯ୍ୟଙ୍କୁ ଦର୍ଶନ କରିଥିଲେ । ଆଜିର ଦିନରେ ସକାଳୁ ବୁଡ ପକାଇଲେ ମୋକ୍ଷ ପ୍ରାପ୍ତିର ବିଶ୍ବାସ ରହିଛି । ତେବେ ଏହାକୁ ନେଇ ପ୍ରତିଟି ଓଡିଆ ଗର୍ବିତ। ହେଲେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ବୋଇତ ରେ ସାଧବ ପୁଅ ବସି ବନ୍ଦାଣ ହୋଇଛନ୍ତି ହେଲେ କିଛି ସମୟ ପରେ ଡଙ୍ଗାଟି ଓଲଟି ପଡିଛି। ସାଧବ ପୁଅ ହୋଇଥିବା ଏହି ବ୍ୟକ୍ତିମାନେ ପାଣିରେ ଭାସି ଭାସି ଆସି କୂଳରେ ଲାଗିଛନ୍ତି। ଦେଖନ୍ତୁ ଭାଇରାଲ ଭିଡିଓ