Virushka: ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି କି ଅନୁଷ୍କା, ଦିୱାଲି ସେଲିବ୍ରେସନ ଭିଡିଓରେ...

ରଶ୍ମିତା ସାହୁ Sun, 12 Nov 2023-4:44 pm,

ଦ୍ୱିତୀୟ ଥର ମା ହେବାକୁ ଯାଉଛନ୍ତି କି ଅଭିନେତ୍ରୀ ତଥା ଭାରତୀୟ କ୍ରିକେଟର ବିରାଟଙ୍କ ପତ୍ନୀ ଅନୁଷ୍କା ? ଏ ପ୍ରଶ୍ନ ଗତ କିଛି ଦିନ ହେଲା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ରହିଆସିଛି । ତେବେ ବେବି ବମ୍ପ ଦିଶୁଥିବା ନେଇ ତଥାକଥିତ ଅନେକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ହେଲେ ଏହାକୁ ନେଇ ଏହି ଷ୍ଟାର କପଲ୍ କିଛି ସାର୍ବଜନୀନ କରିନାହାଁନ୍ତି । ହେଲେ ଆଜି ନେଦରଲ୍ୟାଣ୍ଡ ଟିମ୍ ସହ ମ୍ୟାଚ୍ ପୂର୍ବରୁ ଭାରତୀୟ ଟିମ୍ ସେଲିବ୍ରେଟ କରିଥିଲେ ଦିୱାଲୀ ୨୦୨୩ । ଏଥିରେ ଅନୁଷ୍କାଙ୍କୁ ଏକ ପରପଲ୍ ସାଲୱାରରେ ଦେଖିବାକୁ ମିଳିଥିଲା । ଏବଂ ସେ ନିଜ ଓଢଣୀରେ ପେଟ ଲୁଚାଉଥିବା ଦେଖାଯାଇଥିଲା। ଯାହାକୁ ନେଇ ଏବେ ପୁଣିଥରେ ଚର୍ଚ୍ଚା ବଢିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link