Rajpal Yadav: ସାମ୍ବାଦିକଙ୍କ ସହ କମେଡିଆନ ରାଜପାଲ ଯାଦବଙ୍କ ଦୁର୍ବବ୍ୟହାର, ଭିଡିଓ Viral

Rashmita Sahoo Nov 03, 2024, 15:39 PM IST

Rajpal Yadav: ବଲିଉଡ୍ ଅଭିନେତା ରାଜପାଲ ଯାଦବ ନିଜର କମେଡି ଟାଇମିଂ ପାଇଁ ବେଶ୍ ଜଣାଶୁଣା। ରାଜପାଲ ଯାଦବଙ୍କ ନାଁ ଆସିଲେ ପ୍ରଶଂସକମାନେ ତାଙ୍କର ଅନେକ କମେଡି ଭୂମିକାକୁ ମନେ ପକାନ୍ତି । ରାଜପାଲ ଯାଦବଙ୍କ ଭାବମୂର୍ତ୍ତି ଜଣେ ମଜାଦାର ଅଭିନେତା ଭାବରେ ରହିଛି, ଏହି ଅଭିନେତା ଯିଏ ଅନେକ ସମୟରେ ଲୋକଙ୍କୁ ହସାଇଥାନ୍ତି ଏବଂ ସମସ୍ତଙ୍କ ମୁହଁରେ ହସ ଆଣିଥାନ୍ତି । କିନ୍ତୁ ଏବେ ଭାଇରାଲ ହେଉଥିବା ତାଙ୍କ ଭିଡିଓ ଦେଖିବା ପରେ ପ୍ରଶଂସକମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ସାମ୍ବାଦିକଙ୍କ ପ୍ରଶ୍ନରେ ଉତ୍ତର ନଦେଇ ବରଂ ତାଙ୍କ କ୍ୟାମେରା ଛଡେଇ ଆଣିଛନ୍ତି ରାଜପାଲ ଯାଦବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link