Ceo Suchana Seth: ପୁଅକୁ ମାରିବାକୁ ଏମିତି ଷଡ଼ଯନ୍ତ୍ର ରଚିଥିଲେ CEO ମା, ଶୁଣିଲେ ଟାଙ୍କୁରି ଉଠିବ ଲୋମ
Jan 10, 2024, 18:26 PM IST
Ceo Suchana Seth: ବେଙ୍ଗାଲୁରୁରୁ ବୁଲିବା ବାହାନାରେ ଗୋଆ ଆସିଥିଲେ ସୂଚନା ସେଠ୍। ହତ୍ୟା କରିବା ଦିନ ପୁଅକୁ ଧରି ବିଭିନ୍ନ ସ୍ଥାନରେ ବୁଲାବୁଲି କରିଥିଲେ ସୂଚନା। ପରେ ରାତିରେ ପ୍ରଥମେ କୁନି ପୁଅକୁ ଦୁଇ ବୋତଲ କପ୍ ସିରଫ ପିଆଇ ଦେଇଥିଲେ। ପରେ ୪ ବର୍ଷର ଶିଶୁ ପୁତ୍ର ନିଘୋଡ଼ ନିଦରେ ଶୋଇଯିବା ପରେ ତକିଆ ଚାପି ହତ୍ୟା କରିଥିଲେ ସୂଚନା । ପରେ କୁନିପୁଅର ମର ଶରୀରକୁ ଏକ ସୁଟକେସରେ ପୂରାଇ ଦେଇଥିଲେ ସୂଚନା । ସେହି ସୁଟକେସ ଧରି ଗୋଆରୁ ଡାଇରେକ୍ଟ ବେଙ୍ଗାଲୁରୁ ଯିବାକୁ କ୍ୟାବ୍ ବୁକ କରିଥିଲେ ସୂଚନା। କ୍ୟାବ ଡ୍ରାଇଭରର ସୂଚନାନୁଯାୟୀ, ଲଗେଜ ରଖିବା ସମୟରେ ତାଙ୍କୁ କିଛି ସନ୍ଦେହ ହୋଇଥିଲା। କାରଣ ବ୍ୟାଗ୍ ଟି ଅସ୍ୱାଭାବିକ ଭାବେ ଓଜନ ଥିଲା । ଏହାସହ ଗୋଆରୁ ଡାଇରେକ୍ଟ କ୍ୟାବ୍ ବୁକ୍ କରିବା ମଧ୍ୟ ସନ୍ଦେହ ଆଣିଥିଲା । ଯାହାର ଭଡ଼ା ପାଖାପାଖି ୩୦ ହଜାର ଟଙ୍କା ରେକର୍ଡ ହୋଇଥିଲା ବୋଲି କ୍ୟାବ୍ ଡ୍ରାଇଭର କହିଥିଲେ। କେବଳ ଏତିକି ନୁହେଁ, ସୂଚନାଙ୍କ କହିବା କଥା ନିଜ ପୁଅକୁ ହତ୍ୟା କରିବା ପରେ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ ହେଲେ ତାହା ସଫଳ ହୋଇନଥିଲା । ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୋଲିସସୂଚନାଙ୍କୁ ନିଜ ହେପାଜତକୁ ନେଇଥିବା ବେଳେ ସୂଚନାଙ୍କ ବାମ ହାତରେ ବ୍ୟାଣ୍ଡେଜ ପଡିଛି। ଅନ୍ୟପଟେ ଏହି ୬ ଦିନିଆ ରିମାଣ୍ଡରେ କଣ ସତ କହିବେ ସୂଚନା ତାହା ଉପରେ ସମସ୍ତଙ୍କ ନଜର ରହିଛି।