Teacher Student Dance: ଇଣ୍ଟରନେଟରେ ନିଆଁ ଲଗାଇଲା ଶିକ୍ଷକ-ଛାତ୍ରଙ୍କ ଏହି ଜବରଦସ୍ତ ଡ୍ୟାନ୍ସ

Rashmita Sahoo Sun, 15 Sep 2024-4:26 pm,

ଛତିଶଗଡ଼ର ଓପି ଜିନ୍ଦଲ ବିଶ୍ୱବିଦ୍ୟାଳୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଗୋବିନ୍ଦାଙ୍କ ଲୋକପ୍ରିୟ ବଲିଉଡ୍ ଗୀତ 'ୟୁପି ୱାଲା ଠୁମକାରେ ଜଣେ ଶିକ୍ଷକ ଓ ତାଙ୍କ ଛାତ୍ର ଏକାଠି ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଛି। ଇଣ୍ଟରନେଟରେ ଝଡ଼ ସୃଷ୍ଟି କରିଥିବା ଏହି କ୍ଲିପକୁ ଆଦର୍ଶ ଆଗ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି ଏବଂ ଏହାକୁ ୬୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି । ଭିଡିଓରେ ଛାତ୍ର ଜଣକ ନିଜର ପ୍ରଭାବଶାଳୀ ଡ୍ୟାନ୍ସ ମୁଭ୍ ସ ଦେଖାଇ ଆରମ୍ଭ କରିଛନ୍ତି। କିନ୍ତୁ ପ୍ରକୃତ ଆଶ୍ଚର୍ଯ୍ୟର କଥା ସେତେବେଳେ ଆସିଥାଏ ଯେତେବେଳେ ତାଙ୍କ ଶିକ୍ଷକ ତାଙ୍କ ସହ ମଞ୍ଚରେ ଯୋଗ ଦିଅନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link