Ganesh Bhasani:ବାଲେଶ୍ୱରରେ ଚାଞ୍ଚଲ୍ୟ...ଗଣେଶ ଭସାଣିରେ ଯୁବକଙ୍କୁ ଛୁରାମାଡ଼

Rashmita Sahoo Tue, 10 Sep 2024-2:26 pm,

Ganesh Bhasani: ବାଲେଶ୍ବର ଭସାଣି ବେଳେ ଛୁରା ମାଡ଼, ଜଣେ ଆହତ, ଚିକିତ୍ସା ପାଇଁ ମେଡିକାଲ୍ ରେ ଭର୍ତ୍ତି।ଆଜି ସହରରେ ପ୍ରଥମ ପର୍ଯ୍ୟାୟ ଗଣେଶ ପୁଜା ଭସାଣି ଅନୁଷ୍ଠିତ ହେଉଥିଲା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗେମ୍ ଚେଞ୍ଜର କ୍ଲବର ଜଣେ ସଦସ୍ୟଙ୍କୁ ଅନ୍ୟ ଏକ ଗୋଷ୍ଠୀ ର ୬ରୁ ଅଧିକ ସଦସ୍ୟମାନେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଛନ୍ତି। ଆକ୍ରମଣର ଶିକାର ହେଇଥିବା ଯୁବକ ଜଣଙ୍କ ହେଉଛନ୍ତି ପରାଞ୍ଜୟ ଦାସ। ଗୁରୁତର ଅବସ୍ଥାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ଟାଉନ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link