Mohan Charan Majhi: ସ୍ନାନମଣ୍ଡପରେ ସାହାଣମେଲା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Sun, 23 Jun 2024-2:00 pm,

ସ୍ନାନମଣ୍ଡପରେ ସାହାଣମେଲା ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମହାପ୍ରଭୁଙ୍କ ଦର୍ଶନ କରି ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କଲେ। ଅତ୍ୟନ୍ତ ଶୃଙ୍ଖଳିତ ଭାବରେ ଦର୍ଶନ ହୋଇଥିବାରୁ ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ, ଶ୍ରୀ ମନ୍ଦିର ପ୍ରଶାସନକୁ କଲେ ଧନ୍ୟବାଦ l ନୀତି କାନ୍ତି ଶୃଙ୍ଖଳିତ ହୋଇଥିବାରୁ ସେବାୟତଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ତେବେ ମହାପ୍ରଭୁଙ୍କ ଚିତାକର୍ଷକ ହାତୀବେଶ ଅର୍ଥାତ ଥଗଜାନନ ବେଶ ଦର୍ଶନ କରି ସାନିଧ୍ୟ ନେଇଥିଲେ ମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀ। କଡା ସୁରକ୍ଷା ମଧ୍ୟରେ ପଶ୍ଚିମ ଦ୍ୱାର ଦେଇ ମୁଖ୍ୟମନ୍ତ୍ରୀ ମନ୍ଦିରକୁ ପ୍ରବେଶ କରିଥିଲେ। ସ୍ନାନବେଦୀରେ ବିରାଜିତ ଶ୍ରୀଜୀୟୁଙ୍କୁ ଦର୍ଶନ କରିଥିଲେ। ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆସିଥିଲେ। ସୁନ୍ଦର ଦର୍ଶନ ବ୍ଯବସ୍ଥାକୁ ନେଇ ବେଶ୍ ସନ୍ତୋଷ ବ୍ଯକ୍ତ କରିଥିଲେ। ରତ୍ନଭଣ୍ଡାର ଖୋଲିବା ନେଇ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,ଗୁଇନ୍ଦା ବିଭାଗ ଏଡିଜି ସୌମିନ୍ଦ୍ର ପ୍ରୀୟଦର୍ଶି, ଏସପି ପିନାକ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link