Remal Cyclone: ଘୁ ଘୁ ଗର୍ଜନ କରି ମାଡ଼ି ଆସୁଛି ବାତ୍ୟା ରେମାଲ୍, ସମୁଦ୍ରକୂଳରେ ସତର୍କତା
Sun, 26 May 2024-8:52 pm,
ଆଉ ଅଳ୍ପ କେତେ ଘଣ୍ଟା ପରେ ପଶ୍ଚିମବଙ୍ଗରେ ବାତ୍ୟା ରେମାଲ ସ୍ଥଳଭାଗ ଛୁଇଁବ! ପାଣିପାଗ ବିଭାଗ ଆକଳନ ଯଦି ସତ ହୁଏ ଆଉ ବାତ୍ୟାର ବେଗ ଯଦି ୧୦୦ କିମି ରୁ ଅଧିକ ହୁଏ ତେବେ ପଶ୍ଚିମବଙ୍ଗ ଉପକୂଳ ସହିତ ବଂଲା ଦେଶ ଓ ଓଡିଶା ଉପକୂଳରେ ଏହାର ଗଭୀର ପ୍ରଭାବ ପଡିବ ! ପଶ୍ଚିମବଙ୍ଗ ରାଜ୍ୟର ଦୀଘାରେ ଏହାର ପ୍ରଭାବକୁ ଲକ୍ଷ୍ୟ କରି ଆଜି ସକାଳଠାରୁ ପର୍ଯ୍ୟଟନ ସ୍ଥଳୀ ରେ ପ୍ରଶାସନ ପକ୍ଷରୁ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ପର୍ଯ୍ୟଟକ ଓ ଦୋକାନୀ ମାନଙ୍କୁ ସତର୍କ କରାଯାଇଛି ! ଏପରିକି ପର୍ଯ୍ୟଟକ ମାନଙ୍କୁ ହୋଟେଲ ଭିତରୁ ନବାହାରିବାକୁ ମଧ୍ୟ କୁହାଯାଇଛି ! ଅନ୍ୟପକ୍ଷରେ ଦୋକାନୀ ମାନଙ୍କୁ ବଜାର ବନ୍ଦ ରଖିବା ସହିତ ମତ୍ସଜୀବୀ ମାନଙ୍କୁ ସମୁଦ୍ରକୁ ନ ଯିବାବାକୁ ନିର୍ଦେଶ ଦିଆଯାଇଛି !