Dharmendra Pradhan:`ନୂଆ ରେଳଲାଇନ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହେବ ସମ୍ପ୍ରସାରଣ`

Rashmita Sahoo Sat, 10 Aug 2024-3:13 pm,

କେନ୍ଦ୍ର କ୍ୟାବିନେଟରେ ୮ ପ୍ରକଳ୍ପକୁ ମଞ୍ଜୁରୀ। ଦେଶର ପୂର୍ବ ରାଜ୍ୟର ବିକାଶକୁ ଦୃଷ୍ଟିରେ ରଖି ପ୍ରକଳ୍ପ ବାବଦକୁ ୨୪,୬୫୭କୋଟି ଟଙ୍କା ମଞ୍ଜୁର ହୋଇଛି। ତେବେ ଏହି ୮ଟି ପ୍ରକଳ୍ପରୁ ଓଡ଼ିଶାକୁ ୬ଟି ପ୍ରକଳ୍ପ ମଞ୍ଜୁର ହୋଇଛି । ୩ଟା ପ୍ରୋଜେକ୍ଟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ହୋଇଥିବାବେଳେ ଅନ୍ୟ ୩ଟି ପ୍ରୋଜେକ୍ଟ ଉତ୍ତର ଓଡ଼ିଶାର ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ମଞ୍ଜୁର ହୋଇଛି। ଏହି ୬ଟି ନୂଆ ରେଳ ଲାଇନରେ ଗୁଣୁପୁରରୁ ଥିରୁବାଲି ନ୍ୟୁ ଲାଇନ ୭୩ କିମି ସଂଯୋଗ କରିବ। ଏଥିପାଇଁ ୧୩୨୬କୋଟି ଟଙ୍କା ଖର୍ଚ୍ଚ ହେବ। ଜୁନାଗଡରୁ ନବରଙ୍ଗପୁର ନ୍ୟୁ ଲାଇନ ୧୧୬ କିମି ନିର୍ମାଣ ହେବ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link