Diwali Accident: ଦୀପାବଳି ପୂର୍ବରୁ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ, ସାମ୍ନାକୁ ଆସିଲା ଛାତିଥରା ଭିଡିଓ

Prabhudatta Moharana Mon, 28 Oct 2024-1:43 pm,

Diwali Accident: ତେଲେଙ୍ଗାନା ରାଜଧାନୀ ହାଇଦ୍ରାବାଦ ସହରର ଆବିଦ ନଗର ଅଞ୍ଚଳରେ ଥିବା ଗୋଟିଏ ବାଣ ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଜଣେ ମହିଳା ଆହତ ହୋଇଥିବା ବେଳେ ୮ଟି କାର ଜଳିଯାଇଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲାଯେ, ବାଣ ଦୋକାନର ନିଆଁ ନିକଟରେ ଥିବା ଅନ୍ୟ ଦୋକାନକୁ ବ୍ୟାପି ଯାଇଥିଲା। ସୂଚନା ପାଇ ଅଗ୍ନିଶମ ବାହିନୀ ୩ଟି ଗାଡି ଦ୍ୱାରା ନିଆକୁ ଆୟତ୍ତ କରିଥିଲେ କିନ୍ତୁ ଜାଗାଟି ଅତି ସଂକୀର୍ଣ୍ଣ ଥିବାରୁ ସେମାନଙ୍କୁ ନିଆଁକୁ ଆୟତ୍ତ କରିବା ପାଇ ନାକେଦମ ହେବାକୁ ପଡିଥିଲା। ଏହି ଅଗ୍ନିକାଣ୍ଡରେ ଜଣେ ମହିଳା ଆହତ ହୋଇଥିବା ବେଳେ ୮ଟି କାର ପୋଡ଼ିଯାଇ ସମ୍ପୂର୍ଣ ନଷ୍ଟ ହୋଇଥିବା ସୂଚନା ମିଳିଛି। ପୋଲିସ ଘଟଣାର ତଦନ୍ତ କରୁଛି।  

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link