Elephant Viral Video: ଚାଷ ନଷ୍ଟ କରୁଥିଲେ ହାତୀ, ଚାଷୀ ହାତଯୋଡି କାକୁତି ମିନତି ପରେ ଚୁପଚାପ ଚାଲିଗଲେ ହାତୀପଲ

Rashmita Sahoo Mon, 02 Sep 2024-6:52 pm,

ହାତୀ ମା ଲକ୍ଷ୍ମୀଙ୍କ ବାହାନ । ଏଣୁ ହାତୀଙ୍କୁ ସମସ୍ତେ ପୂଜା କରିଥାନ୍ତି । ସେ ଯେତେ କ୍ଷତି କଲେ ବି ତାଙ୍କୁ ଲୋକମାନେ ପୁଜା କରିଥାନ୍ତି । ଫଳରେ ହାତୀ ମଧ୍ୟ ଗରିବ ଚାଷୀ ର ଦୁଃଖ ବୁଝିଥାଏ । ଆଜି ଏହିପରି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ସଦର ରେଞ୍ଜ ଦେଓବନ୍ଧ ଗାଁରେ । ଯେଉଁଠି ୯ଟିକିଆ ହାତୀ ପଲ ଗାଁ ରେ ପଶି ଫସଲ ନଷ୍ଟ କରିବାରେ ଲାଗିଥିଲେ । ସେଠାରେ ଜଣେ ଚାଷୀ କିଛି ଉପାୟନ ପାଇ ହାତୀଙ୍କ ଶରଣ ପଶି ତାଙ୍କ ଦୁଖ ଶୁଣାଇ ଗୁହାରି କରିଥିଲା ସେମାନେ ସେଠାରୁ ପଳାଇ ଯିବା ପାଇଁ । ବହୁ କାକୁତି ମିନତି ପରେ ହାତୀ ପଲ ଗରିବ ଚାଷୀଟି ର ଡାକ ଶୁଣି ସେଠାରୁ ଅନ୍ୟତ୍ର ପଳାଇ ଥିଲେ । ଯାହା ସେଠାକାର ଲୋକଙ୍କୁ ଚକିତ କରିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link