Athlete Sundarmani: ଜାତୀୟ କ୍ରୀଡା ଦିବସରେ ଆମ ସହ ଆଥଲେଟ ସୁନ୍ଦରମଣି ବାରିକ୍

ରଶ୍ମିତା ସାହୁ Tue, 29 Aug 2023-7:39 pm,

କ୍ରୀଡା ଓ ଖେଳକୁଦ ହେଉଛି ଉତ୍ତମ ସ୍ୱାସ୍ଥ୍ୟ ର ପ୍ରତୀକ | ଜଣେ କ୍ରୀଡ଼ାବିତ କଠିନ ପରିଶ୍ରମ କରି ନିଜର ସମୟ ଓ ଖେଳ ପ୍ରତି ଆଗ୍ରହ ନିଷ୍ଠା ତାଙ୍କୁ ଶୀର୍ଷ ରେ ପହଞ୍ଚାଇଥାଏ |ସେହିଭଳି ନିଜ ଜୀବନ କୁ ସମର୍ପିତ କରିଥିବା ଜଣେ ବିଶିଷ୍ଟ କ୍ରୀଡାବିତ ହେଲେ ସମ୍ବଲପୁର କୁଳୁଥକାନୀ ର ସୁନ୍ଦରମଣି ବାରିକ |1971 ମସିହା ସ୍କୁଲ ଜୀବନ ରୁ ତାଙ୍କର କ୍ରୀଡା ଜୀବନ ଆରମ୍ଭ ହୋଇଥିଲା |ତାଙ୍କର ଜନ୍ମ ଅବିଭକ୍ତ ସମ୍ବଲପୁର ଜିଲ୍ଲା ବର୍ତମାନ ଝାରସୁଗୁଡା ଜିଲ୍ଲା ର ତାଳପଟିଆ|ସେଠାରୁ ସେ ତାଙ୍କର ସ୍କୁଲ ଜୀବନ ଆରମ୍ଭ କରି ଖେଳ ଜୀବନ ର ମୂଳଦୁଆ ପକାଇଥିଲେ |ପରବର୍ତ୍ତୀ ସମୟ ରେ ସେ କଲେଜ ରେ ପାଠ ପଢିବା ସହ ଆର୍ଥିକ ଅନାଟନ କାରଣ ରୁ ଖେଳକୁଦ ପ୍ରତି ଧ୍ୟାନ ଦେଇ ପାରି ନ ଥିଲେ |ପରେ ସେ ବ୍ୟାଙ୍କ ରେ ଚାକିରୀ ପାଇଥିଲେ |ଚାକିରୀ ସହ ଘର ସଂସାର ରେ ବ୍ରତୀ ହୋଇ ଖେଳ କୁଦ ପ୍ରତି ଧ୍ୟାନ କମିଯାଇଥିଲା| ପରବର୍ତୀ ସମୟ ରେ ସେ ପରିଣତ ବୟସ ରେ ପୁଣି ଇଛା ଜାଗ୍ରତ କରି ଭାରତ ଦେଶ ପାଇଁ ଖେଳିବା ଲାଗି ପ୍ରଚେଷ୍ଟା ଆରମ୍ଭ କଲେ | ଜିଲ୍ଲା ପାଇଁ ଗୌରବ ଆଣି ରାଜ୍ୟ ଓ ଦେଶ କୁ ପ୍ରତିନିଧିତ୍ୱ କରିବା ପାଇଁ ନିଷ୍ପତ୍ତି ନେଇ ସେ ମାଷ୍ଟର ଆଥଲେଟ ସହ ଗୌରବ ପାଇଁ ତାଙ୍କର ଅଭ୍ୟାସ ଆରମ୍ଭ କରିଥିଲେ |

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link