Anubhav Varsha: ବିଚ୍ଛେଦ ହେବନି କି ଏକାଠି ରହିପାରିବେନି ଅନୁଭବ-ବର୍ଷା, କେମିତି ରହିବେ ଷ୍ଟାର ଦମ୍ପତ୍ତି

ରଶ୍ମିତା ସାହୁ Fri, 22 Sep 2023-9:39 pm,

ସାଂସଦ ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କୁ ଜୋରଦାର ଝଟକା। ଡିଭର୍ସ ପିଟିସନକୁ ଖାରଜ କରିଛନ୍ତି କଟକ ପରିବାର ଅଦାଲତ । ସେପଟେ ବର୍ଷା କରିଥିବା ସ୍ୱାମୀ ସ୍ତ୍ରୀ ଭାବେ ରହିବାର ପିଟିସନକୁ ମଧ୍ୟ ଖାରଜ କରିଛନ୍ତି ପରିବାର ଅଦାଲତ । ଏହାଦ୍ୱାରା ସ୍ୱାମୀ ସ୍ତ୍ରୀ ଭାବେ ରହିପାରିବେନି ଷ୍ଟାର ଦମ୍ପତି କି ଡିଭୋର୍ସ ବି ନେଇପାରିବେନି ଅନୁଭବ ଓ ବର୍ଷା । ସୂଚନାନୁସାରେ ୨୦୨୦ ମସିହାରୁ ଅନୁଭବ ଏବଂ ବର୍ଷାଙ୍କ ଭିତରେ ବିବାଦ ଲାଗି ରହିଥିଲା ଏବଂ ଏହି ମାମଲା ପରିବାର କୋର୍ଟରେ ବିଚାରାଧୀନ ଥିଲା। ହାଇକୋର୍ଟଙ୍କ ଆଦେଶ କ୍ରମେ ଏବେ ପରିବାର କୋର୍ଟ ତାଙ୍କ ଆବେଦନ ଶୁଣାଣି କରିଥିଲେ। ଏହାପରେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଏହାସହ ବର୍ଷାଙ୍କ ଆବେଦନକୁ ମଧ୍ୟ ଖାରଜ କରାଯାଇଛି। ’କୋର୍ଟଙ୍କ ଏହି ନିଷ୍ପତ୍ତି ପରେ ଏବେ ଉଭୟ ଏକାଠି ରହିବାର ସମ୍ଭାବନା ରହୁନାହିଁ। ଆମେ କୋର୍ଟଙ୍କ ଏହି ଆଦେଶକୁ ପୁଙ୍ଖାନୁପୁଙ୍ଖ ପଢ଼ିଲାପରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେବୁ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ ଲଳିତେନ୍ଦୁ ମିଶ୍ର।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link