Baitarani River: ପ୍ରଥମେ ପତ୍ନୀ ଚାଲିଗଲେ, ଏବେ ନାବାଳିକା ଝିଅକୁ ଧରି ଡେଇଁପଡ଼ିଲେ ସ୍ୱାମୀ

ରଶ୍ମିତା ସାହୁ Thu, 28 Sep 2023-3:39 pm,

ଭଣ୍ଡାରିପୋଖରୀ ଥାନା ଆଖୁଆପଦା ବୈତରଣୀ ସେତୁ ଉପରୁ ନଦୀକୁ ଡେଇଁ ଵାପ ଝିଅ ନିଖୋଜ ହୋଇଛନ୍ତି।ପ୍ରତ୍ୟକ୍ଷ ଦର୍ଶୀଙ୍କ ସୂଚନା ଅନୁଯାୟୀ ଵାଲିପୋଖରୀ ପଂଚାୟତ ପରମାନନ୍ଦ ପୁର ଗ୍ରାମର ଚନ୍ଦନ ସାହୁ (୩୦)ଓ ତାଙ୍କ ନାବାଳିକା ଝିଅ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି।ରାତି ପ୍ରାୟ ନ ଟା ଵେଳେ ଵାପ ଝିଅ ଦୁହେଁ ଏକ ମୋଟରସାଇକେଲ ଯୋଗେ ଗାଁରୁ ସିଧାସଳଖ ଆସି ପୋଲ ଉପରେ ରହିଥିଲେ।ସେଠାରେ ମୋଵାଇଲ, ଜୋତା ଓ ବାଇକ ରଖି ଦୁହେଁ ନଦୀକୁ ଡେଇଁ ଆତ୍ମହତ୍ୟା କରିଥିବା ସ୍ଥାନୀୟ ଲୋକେ ଜଣାଇଛନ୍ତି।ଖବର ପାଇ ଘଟଣା ସ୍ଥଳରେ ପୋଲିସ , ଦମକଳ ଓ ଓଡ୍ରାଫ ଦଳ ପହଂଚି ନଦୀ ମଧ୍ୟରେ ଖୋଜା ଖୋଜି ଆରମ୍ଭ କରିଛନ୍ତି।ଚନ୍ଦନଙ୍କ ପତ୍ନୀର ଏକ ମାସ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ କେଉଁ ପରିସ୍ଥିତିରେ ବାପ ଝିଅ ନଦୀକୁ ଡେଇଁଲେ କାରଣ ଜଣାପଡିନାହି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link