VIDEO: `ଏହି ତୋ ତୋର ମୋର ଦୋସ୍ତି`, କୁକୁର ଏବଂ ମାଙ୍କଡ ମଧ୍ୟରେ ଏପରି ବନ୍ଧୁତା ଦେଖି ଖୁସି ହୋଇଯିବେ ଆପଣ
Dog and Monkey Friendship video: ବର୍ତ୍ତମାନ ସୋସିଆଲ ମିଡିଆରେ କୁକୁର ଓ ମାଙ୍କଡ଼ର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏକ ମାଙ୍କଡ଼ ଏବଂ କୁକୁର ମଧ୍ୟରେ ଏକ ଗଭୀର ବନ୍ଧୁତା ଦେଖିବାକୁ ମିଳୁଛି । ଭିଡିଓରେ ଆପଣ ଦେଖିପାରିବେ ଯେ ଏକ ମାଙ୍କଡ଼ ସାର୍ଟ ଏବଂ ପ୍ୟାଣ୍ଟ ପିନ୍ଧିଛି। ସେ ପାଖରେ ଥିବା କୁକୁର ସାଙ୍ଗକୁ ହଇରାଣ କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ଯେତେବେଳେ କୁକୁର ଆରାମରେ ଶୋଇଥିବା ନଜର ଆସେ। ଏଥିସହିତ ମାଙ୍କଡ଼ ତାଙ୍କୁ ହଇରାଣ କରୁଛି ଓ ତାଙ୍କୁ ଉଠାଇବାକୁ ଚେଷ୍ଟା କରୁଛି। ଭିଡିଓରେ ମାଙ୍କଡ଼ଟି କୁକୁରର ଗୋଟିଏ ଗୋଡ ଟାଣୁଥିବାର ନଜର ଆସିଛନ୍ତି। ଏହା ପରେ ମଧ୍ୟ ଯେତେବେଳେ କୁକୁର ଉଠେ ନାହିଁ, ସେ କୁକୁର ଉପରେ ଗଡ଼ିବା ଆରମ୍ଭ କରେ। ଏହା ପରେ କୁକୁର ବେକକୁ ବୁଲାଇ ମାଙ୍କଡକୁ କାମୁଡ଼ିବାକୁ ଚେଷ୍ଟା କରେ। ଏହା ପରେ ମାଙ୍କଡ଼ କୁକୁର ସହିତ କିଛି ସମୟ ନାଚେ ଓ ତା’ପରେ ତା ପଛେ ପଛେ ଯାଇ ତାକୁ ହଇରାଣ କରିବାକୁ ଲାଗେ। ଦେଖନ୍ତୁ ଏହି ଭିଡିଓ-