Juice Viral Video: ଜୁସ୍ ରେ ପରିସ୍ରା ମିଶାଇ କରୁଥିଲେ ତିଆରି, ଲୋକ ଦେଖିବା ପରେ ଛେଚିଦେଲେ

Rashmita Sahoo Sat, 14 Sep 2024-8:26 pm,

ଉତ୍ତରପ୍ରଦେଶର ଗାଜିଆବାଦ ପୁଣି ଥରେ ଚର୍ଚ୍ଚାରେ ରହିଛି । ମଦ ଦୋକାନରେ ଗଣ୍ଡଗୋଳର ଭିଡିଓ ଭାଇରାଲ୍ ହେବାର ଗୋଟିଏ ଦିନ ପରେ ଜଣେ ଜୁସ୍ ବିକ୍ରେତାଙ୍କ ଆଉ ଏକ କ୍ଲିପ୍ ଭାଇରାଲ ହୋଇଛି। ଅମୀର ନାମକ ଏହି ବିକ୍ରେତା ତାଙ୍କ ହେଲପରଙ୍କ ସହ ମିଶି ଜଣେ ନାବାଳକ ଗ୍ରାହକଙ୍କୁ ପରିସ୍ରା ମିଶା ଜୁସ୍ ପିଆଇଥିବା ଅଭିଯୋଗ ହୋଇଛି। ଇନ୍ଦିରାପୁରୀ ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣାର ତଦନ୍ତ କରିବାକୁ ଚେଷ୍ଟା କରିବା ପରେ ସବୁ କିଛି ଜଣାପଡ଼ିଥିଲା। ଅମୀରଙ୍କ ଗ୍ରାହକମାନେ ଗୁରୁବାର ଦୋକାନ ଅପରେଟରଙ୍କୁ ରେଡ ହ୍ୟାଣ୍ଡଡେ ଧରିବା ପରେ ଶୁକ୍ରବାର ତାଙ୍କୁ ମାଡ଼ ମାରିଥିଲେ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link