Shocking Video: ଇଞ୍ଜିନିୟରିଂ ଲେଡିଜ୍ ହଷ୍ଟେଲ ବାଥରୁମରେ ହିଡେନ କ୍ୟାମେରା, ଛାତ୍ରୀଙ୍କ ଗୁପ୍ତ ଭିଡିଓ ଭାଇରାଲ

Rashmita Sahoo Fri, 30 Aug 2024-4:13 pm,

ଆନ୍ଧ୍ରପ୍ରଦେଶର କ୍ରିଷ୍ଣା ଜିଲ୍ଲାର ଏସଆର ଗୁଡଲାଭାଲେରୁ ଇଞ୍ଜିନିୟରିଂ କଲେଜରେ ଛାତ୍ରୀ ନିବାସ ବାଥରୁମରେ ଲୁଚି ରହିଥିବା କ୍ୟାମେରା ମିଳିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଛାତ୍ରୀମାନେ ହଷ୍ଟେଲରେ ଏକାଠି ହୋଇ ନ୍ୟାୟ ପାଇଁ ସ୍ଲୋଗାନ ଦେବା ସହ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କ୍ୟାମ୍ପସରେ ସେମାନଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରିଥିଲେ। ହିଡେନ୍ କ୍ୟାମେରାରେ ରେକର୍ଡ ହୋଇଥିବା ଭିଡିଓ ବୟଜ୍ ହଷ୍ଟେଲର ଛାତ୍ରଙ୍କ ମଧ୍ୟରେ ପ୍ରସାରିତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ପୋଲିସ ଜଣେ ଇଞ୍ଜିନିୟରିଂ ଶେଷ ବର୍ଷର ଛାତ୍ରଙ୍କୁ ଅଟକ ରଖି ତଦନ୍ତ ଜାରି ରଖିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link