Deepika Singh Dance: ଜଗା ଆଗରେ ଭାବ ବିହ୍ୱଳ ହୋଇ ନାଚିଉଠିଲେ ହିନ୍ଦୀ ଟେଲି ଅଭିନେତ୍ରୀ

Rashmita Sahoo Sat, 31 Aug 2024-12:13 pm,

ଜଗା ଆଗରେ ନାଚି ଉଠିଲେ ଟେଲି ଅଭିନେତ୍ରୀ ଦିପିକା ସିଂ। ଏହି ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ପେଜ୍ ରେ ସେୟାର କରିଛନ୍ତି । ଅଭିନେତ୍ରୀ ଏକ ହଳଦିଆ ଶାଢୀ ପିନ୍ଧିଛନ୍ତି। ଏବଂ ଶ୍ରୀବିଗ୍ରହଙ୍କ ସାମ୍ନାରେ ଓଡ଼ିଆ ଭଜନ ଆହେ ନୀଳ ଶଇଳ ଗୀତରେ ନୃତ୍ୟ କରିଛନ୍ତି । ଏହି ଭିଡିଓକୁ ବହୁତ ମାତ୍ରାରେ ତାଙ୍କ ଫ୍ୟାନ୍ସ ବେଶ ପସନ୍ଦ କରିଛନ୍ତି। ଏହି ଅଭିନେତ୍ରୀ ହିନ୍ଦୀ ସିରିୟଲର ଜଣେ ଜଣାଶୁଣା ମୁହଁ । ଚର୍ଚ୍ଚିତ ଚ୍ୟାନେଲର ମେଗା ଧାରାବାହିକ ଦିଆ ଔର ବାତି ଜରିଆରେ ବେଶ୍ ଲୋକପ୍ରିୟତା ସାଉଁଣ୍ଟିଥିଲେ ଦିପୀକା। ପରେ ବିବାହ ପରେ ସେ ଅଭିନୟ ଦୁନିଆକୁ ବାଏ ବାଏ କରିଥିଲେ। ଏବେ ପୁଣି ଅନେକ ସିରିଏଲରେ ତାଙ୍କୁ ଦେଖିବାକୁ ମିଳୁଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link