Robot Kill Human: କର୍ମଚାରୀଙ୍କୁ ଲଙ୍କା ପେଟି ଭାବି ମାରିଦେଲା ରୋବଟ୍ !
ଆଗାମୀ ଦିନରେ ମାନବ ସ୍ଥାନରେ ରୋବଟ୍ କାମ କରିବ । ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅଧିକରୁ ଅଧିକ ଶକ୍ତିଶାଳୀ ହେଉଥିବା ବେଳେ ଏହାକୁ ନେଇ ଆଶଙ୍କା ମଧ୍ୟ ବ୍ୟକ୍ତ କରାଯାଉଛି । ମେସିନ୍ ଦିନେ ମାନବ ବିରୋଧରେ ବିଦ୍ରୋହ କରିବ ବୋଲି ଆଶଙ୍କା ବ୍ୟକ୍ତ କରାଯାଉଛି । ଏମିତରେ ଦକ୍ଷିଣ କୋରିଆରେ ଏଭଳି ଗୋଟିଏ ଖବର ଆସିଛି ଯାହା ଡରାଇବା ଭଳି । ଖବର ଅନୁସାରେ ଗୋଟିଏ କାରଖାନାରେ ରୋବଟର ସେନସର ଅଚଳ ହୋଇଯିବାରୁ ଏହା ମଣିଷ ଓ ପ୍ୟାକେଟ୍ ଭିତରେ ଫରକ ବାରି ନପାରି ଜଣେ କର୍ମଚାରୀଙ୍କୁ ମାରି ଦେଇଛି ।
ଏହି ଘଟଣା ଦକ୍ଷିଣ କୋରିଆର ଦକ୍ଷିଣ ଜିଆଙ୍ଗସଙ୍ଗ ପ୍ରଦେଶରେ ଘଟିଛି । ଏକ କୃଷି ଉତ୍ପାଦନ ବଣ୍ଟନ କେନ୍ଦ୍ରରେ କାର୍ଯ୍ୟ କରୁଥିବା ଜଣେ ବ୍ୟକ୍ତି ରୋବଟ ଆକ୍ରାଣର ଶିକାର ହୋଇଛନ୍ତି ।