Voter List: ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଅଛି ନା ନାହିଁ କେମିତି କରିବେ ଚେକ୍ ?

ରଶ୍ମିତା ସାହୁ Tue, 07 Nov 2023-3:48 pm,

ଅନେକ ସମୟରେ ଏମିତି ହୁଏ ଯେ ପୂର୍ବ ବର୍ଷ ନିର୍ବାଚନରେ ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଥାଏ କିନ୍ତୁ ଆାଗାମୀ ବର୍ଷକୁ ତାହା କଟିଯାଇଥାଏ । ତେବେ ଆଜି ଆମେ ଏମିତି କିଚି ଉପାୟ କହିବୁ ଯେଉଁଥିରେ ଆପଣ ଘରେ ବସି ନିଜ ନାଁ ଭୋଟର ଲିଷ୍ଟରେ ଅଛି ନା ନାହିଁ ତାହା ମୋବାଇଲରେ ଚେକ୍ କରି ପାରିବେ । ଯଦି ଆପଣ ଜାଣିବାକୁ ଚାହୁଁଛନ୍ତି କି ଆପଣଙ୍କ ନାଁ ଭୋଟର ଲିଷ୍ଟରେ ଅଛି ନାଁ କଟିଛିବ ତାହେଲେ ପ୍ରଥମେ ନିଜ କମ୍ପ୍ୟୁଟର କିମ୍ବା ମୋବାଇଲରେ www.nvsp.inj ସାଇଟକୁ ଅପନ୍ କରନ୍ତୁ । ଏବେ ଆପଣଙ୍କ ସାମ୍ନାରେ ରାଷ୍ଟ୍ରୀୟ ମତଦାତା ସେବା ପୋର୍ଟାଲ ଖୋଲିଯିବ । ବାମ ପାର୍ଶ୍ବରେ ଏକ ସର୍ଚ୍ଚ ବକ୍ସ ଆସିବ । ଏବଂ ସେହି ସ୍ଥାନରେ କ୍ଲିକ କରିବା ମାତ୍ରେ ଆଉ ଏକ ନୂଆ ପେଜ ଖୋଲିବ ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link