Duplicate Liquor Video: ଦୋକାନ ମାଲିକ ବିକୁଥିଲେ ନକଲି ମଦ, ସତ ଜଣାପଡ଼଼ିବା ପରେ...

Rashmita Sahoo Mon, 16 Sep 2024-5:26 pm,

ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳରେ ଥିବା ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦୋକାନରୁ ଅବକାରୀ ବିଭାଗ ର ଅଧିକାରୀମାନେ ବିପୁଳ ପରିମାଣର ନକଲି ମଦ ଜବତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ରାଜଧାନୀର ବରମୁଣ୍ଡା ଅଞ୍ଚଳରେ ଥିବା ଲାଇସେନ୍ସପ୍ରାପ୍ତ ଷ୍ଟୋରରେ ଅବକାରୀ ବିଭାଗ ର ଅଧିକାରୀମାନେ ଅଚାନକ ଚଢ଼ାଉ କରି ଏହି ନକଲି ମଦ ଜବତ କରିଥିଲେ। ପୂର୍ବରୁ ବିଭାଗୀୟ ଅଧିକାରୀମାନେ କିଛି ନମୁନା ସଂଗ୍ରହ କରି ଜାଣିବାକୁ ପାଇଥିଲେ ଯେ ମଦ ବୋତଲ, ହୋଲୋଗ୍ରାମ ଏବଂ ଅନ୍ୟାନ୍ୟ ବୈଶିଷ୍ଟ୍ୟର କ୍ୟାପ୍ ମୂଳ ବ୍ରାଣ୍ଡ୍ ଠାରୁ ଭିନ୍ନ। ତେବେ ବହୁଳ ପରିମାଣର ବୋତଲ ଜବତ କରାଯାଇ ଏହାକୁ ଡ୍ରୋଜର ଚଢାଇ ନଷ୍ଟ କରାଯାଇଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link