Youtuber Viral Video: ରାଜରାସ୍ତାରେ ପୁଳାପୁଳା ଟଙ୍କା ଉଡ଼ାଇଦେଲେ ୟୁଟ୍ୟୁବର, ଟ୍ରାଫିକ୍ ଜାମ୍

Rashmita Sahoo Fri, 23 Aug 2024-12:02 pm,

ହାଇଦ୍ରାବାଦର କୁକଟପଲ୍ଲୀ ଅଞ୍ଚଳରେ ରାସ୍ତା ମଝିରେ ଜଣେ ଯୁବକ ଆକାଶରେ ଟଙ୍କା ଫିଙ୍ଗୁଥିବାର ଏକ ଭିଡିଓ ଇଣ୍ଟରନେଟରେ ଆଲୋଡ଼ନ ସୃଷ୍ଟି କରିଛି। ଭିଡିଓରେ କଣ୍ଟେଣ୍ଟ କ୍ରିଏଟର ପାୱାର ହର୍ଷ ଓରଫ ମହାଦେବ-ଯାହାକୁ ଅନଲାଇନରେ ଇଟ୍ ସ ମି ପାୱାର ନାମରେ ବି ବୋଲି ମଧ୍ୟ କୁହାଯାଏ- ଟ୍ରାଫିକ୍ ମଝିରେ ଠିଆ ହୋଇ କିଛି ଟଙ୍କା କୁ ଆକାଶରେ ଫିଙ୍ଗିଥିବାର ଦେଖିବାକୁ ମିଳିଛି। ରାସ୍ତାରେ ପଡ଼ିଥିବା ଟଙ୍କା ସଂଗ୍ରହ କରିବା ପାଇଁ ଲୋକମାନେ କାର୍ ରୁ ଓହ୍ଲାଇ ଯାଉଛନ୍ତି। ଆଉ ଏକ ଭିଡିଓରେ ସେ ବାଇକ୍ ପଛରେ ବସି ଆକାଶରେ ଟଙ୍କା ଫିଙ୍ଗୁଥିବାର ଦେଖିବାକୁ ମିଳିଛି। ସୋସିଆଲ ମିଡିଆରେ ଲୋକପ୍ରିୟତା ହାସଲ କରିବା ପାଇଁ କରାଯାଇଥିବା ଏହି ଷଡ଼ଯନ୍ତ୍ରକୁ ଲୋକମାନେ ସମାଲୋଚନା କରିବା ସହ ୟୁଟ୍ୟୁବର ଓ ଇନଷ୍ଟାଗ୍ରାମରଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି। ବ୍ୟସ୍ତବହୁଳ ରାସ୍ତାରେ ଟଙ୍କା ପାଇବା ପାଇଁ ଭିଡ଼ ହେଉଥିବାରୁ ଏହାକୁ ନେଇ ଅଘଟଣ ଘଟିପାରେ ବୋଲି କିଛି ଲୋକ ଚିନ୍ତା ପ୍ରକଟ କରିଛନ୍ତି। Also Read: Today Financial Horoscope: ଆୟ ଅଧିକ କୁ ବ୍ୟୟ କମ୍, ଆଜି ୫ ରାଶିରେ ଆର୍ଥିକ ସ୍ଥିତିରେ ଫିଟିବ ଭାଗ୍ୟ ! Video: Snake Attack: ଟଏଲେଟ କମୋଡରୁ ବାହରି ଯୁବକଙ୍କ ଗୁପ୍ତାଙ୍ଗକୁ କାମୁଡି ଦେଲା ୧୨ଫୁଟିଆ ସାପ, ଦେଖନ୍ତୁ ଭିଡିଓ

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link