Karnataka Viral Video: ରିଲ୍ ବନାଇବା ବେଳେ ଖସିଗଲା ଗୋଡ଼, ପାଣିରେ ଭାସି ନିଖୋଜ ହେଲେ ଯୁବକ, ଦେଖନ୍ତୁ ଏହି ଛାତିଥରା ଭିଡିଓ

Jagdish Barik Tue, 25 Jul 2023-7:32 am,

Karnataka Viral Video: ରବିବାର ଦିନ ଶିବାମୋଗାସ୍ଥିତ କୋଲୁର (Kollur) ନିକଟସ୍ଥ ଅରସିନାଗୁଣ୍ଡି ଜଳପ୍ରପାତରେ (Arasinagundi waterfall) ଜଣେ ଯୁବକ ଇନଷ୍ଟାଗ୍ରାମ ରିଲ (Instagram reel) ତିଆରି କରୁଥିବା ସମୟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ବାସ୍ତବରେ, ଏହି ଯୁବକ ଏଠାରେ ପଥର ଉପରେ ଠିଆ ହୋଇଥିବାବେଳେ ଭିଡିଓ ସୁଟ୍ କରୁଥିଲେ, ତା’ପରେ ହଠାତ୍ ତାଙ୍କ ପାଦ ଖସିଗଲା ଓ ସେ ଦ୍ରୁତ ଗତିଶୀଳ ପାଣିରେ ଭାସିଗଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏପର୍ଯ୍ୟନ୍ତ ଯୁବକଙ୍କର କୌଣସି ସନ୍ଧାନ ମିଳିନାହିଁ । ଏଥିସହିତ ଉଦ୍ଧାରକାରୀ ଦଳ ଯୁବକଙ୍କୁ ଖୋଜିବାରେ ନିୟୋଜିତ ଅଛନ୍ତି ।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link