Laxminrusingha Besha: ବୈକୁଣ୍ଠ ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ

ରଶ୍ମିତା ସାହୁ Sun, 26 Nov 2023-5:39 pm,

ବୈକୁଣ୍ଠ ଚତୁର୍ଦ୍ଧଶୀରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଶ୍ରୀଜୀଉ।ଜଗନ୍ନାଥ ଦର୍ଶନ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ।ଆସନ୍ତାକାଲି କାର୍ତ୍ତୀକ ପୂର୍ଣିମା ଅଥବା ରାସ ପୁର୍ଣିମା ରେ ସୁନାବେଶରେ ଝଟକିବେ କାଳିଆ ଠାକୂର । ସେପଟେ ତୀର୍ଥ ପୁଷ୍କରିଣୀରେ ଆସନ୍ତାକାଲି ବୁଡ଼ ଦେଇ ଡ଼ଙ୍ଗା ଭସାଇବା ସହ କାର୍ତ୍ତୀକ ବ୍ରତ ଉଦ୍ଜାପନ କରିବେ ହବିଷ୍ୟଳି । ସେପଟେ ଭିଡକୁ ଦୃଷ୍ଟିରେ ରଖି ୧୦ ପ୍ଲାଟୁନ ଅଧିକ ଫୋର୍ସ ମୁତୟନ କରାଯାଇଥିବା କହିଛନ୍ତି ପୁରୀ ଏସ୍ପି । ପହୁଡ଼ ନୀତି ନହୋଇ ରାତିତମାମ ଦର୍ଶନ ଜାରି ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି । ଭକ୍ତଙ୍କ ଭୟନାଶନ ପାଇଁ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଲେ ଜଗତଠାକୁର ।କାର୍ତ୍ତୀକ ମାସ ମହାପଞ୍ଚୁକର ଚତୁର୍ଥ ଦିନ କାର୍ତ୍ତୀକ ଶୁକ୍ଳ ଚତୁର୍ଦ୍ଦଶୀ ତିଥିରେ ଲକ୍ଷ୍ମୀ ନୃସିଂହ ବେଶରେ ଶୋଭିତ ହେଲେ ଶ୍ରୀଜୀଉ ।ଭୋର ୪ଟା୪୦ ରୁ ଦ୍ୱାରଫିଟା ହୋଇ ୫ଟା୫୦ ରେ ମଙ୍ଗଳ ଆଳତି ଓ ପରେ ୬ଟା୫୦ ରେ ସରିଥିଲା ମହାପ୍ରଭୁଙ୍କ ଅବକାଶ ନୀତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link