Majors Fiancee: ଚର୍ଚ୍ଚାରେ ମେଜରଙ୍କ ବାନ୍ଧବୀ,କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରି ଜାତୀୟ ଗଣମାଧ୍ୟମରେ ଖୁଲମଖୁଲା ସାକ୍ଷାତକାର

Rashmita Sahoo Fri, 27 Sep 2024-8:52 pm,

Majors Fiancee: ଭରତପୁର ଥାନା ବିବାଦ ମାମଲାରେ ଟ୍ବିଷ୍ଟ । ମେଜରଙ୍କ ବାନ୍ଧବୀ ଅଦାଲତ ଅବମାନନା କରିଥିବା ଅଭିଯୋଗ ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ଜଣେ ନିଲମ୍ବିତ ମହିଳା ପୋଲିସ ଅଧିକାରୀଙ୍କ ମା’ । ସେ ଅଭିଯୋଗ କରିଛନ୍ତି ଯେ, ମେଜର ଏବଂ ତାଙ୍କ ବାନ୍ଧବୀଙ୍କ ପରିଚୟ ଗୋପନ ରଖିବା ଲାଗି ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ମେଜରଙ୍କ ବାନ୍ଧବୀ ଜଣକ ନିକଟରେ ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇଛନ୍ତି । ଘଟଣା ଦିନ ଭରତପୁର ଥାନାରେ କାର୍ଯ୍ୟରତ ଥିବା ମହିଳା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଯାହାଦ୍ୱାରା ମହିଳା ପୋଲିସ ଅଧିକାରୀ ଏବଂ କର୍ମଚାରୀ ମାନଙ୍କର ସମ୍ମାନ ହାନୀ ହୋଇଛି ବୋଲି ମେଜରଙ୍କ ବାନ୍ଧବୀ ନାଁରେ କୋର୍ଟର ଦ୍ୱାରସ୍ଥ ହୋଇଛନ୍ତି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link