Viral Video: ରାସ୍ତାରେ ପଡ଼ିଥିବା ମୃତ ଯୁବକଙ୍କୁ ଏମିତି ଗିରଫ କଲା ପୋଲିସ, ଭିଡିଓ ହେଉଛି ଭାଇରାଲ

Rashmita Sahoo Mon, 16 Sep 2024-4:00 pm,

ନିକଟରେ ଉତ୍ତର ପ୍ରଦେଶ ପୋଲିସ ଜଣେ ବ୍ୟକ୍ତିଙ୍କୁ ଦିନ ଦିବାଲୋକରେ ରାସ୍ତାରେ ରିଲ୍ ତିଆରି କରିବା ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତର ନାମ ମୁକେଶ କୁମାର ବୋଲି ଜଣାପଡ଼ିଛି। ଉତ୍ତରପ୍ରଦେଶର କାସଗଞ୍ଜରେ ଏହି ଘଟଣା ଘଟିଥିବା କୁହାଯାଉଛି। ଭାଇରାଲ କ୍ଲିପ୍ ରେ ବ୍ୟକ୍ତି ଜଣକ ରିଲ୍ ପାଇଁ ମୃତ ବୋଲି ଅଭିନୟ କରୁଥିବା ଦେଖିବାକୁ ମିଳିଛି। ଭିଡିଓଟି ଆଗକୁ ବଢ଼ୁଥିବା ବେଳେ ଲୋକମାନେ ମୃତଦେହ ପାଖରେ ଠିଆ ହୋଇଥିବା ଦେଖିବାକୁ ମିଳୁଛି, ମୁକେଶ କୁମାର ହଠାତ୍ ଉଠିପଡ଼ି ହସିବା ଆରମ୍ଭ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ZEE ODISHA TRENDING STORIES

By continuing to use the site, you agree to the use of cookies. You can find out more by Tapping this link